ହାଇଦ୍ରାବାଦ: କୃଷକଙ୍କ ଋଣଛାଡ୍ ଉପରେ ବିରୋଧିଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇଛନ୍ତି ସରକାର । ବିଭିନ୍ନ ରାଜ୍ୟ ଯୋଜନା ମାଧ୍ୟମରେ ଉପକୃତ ହୋଇଥିବା କୃଷକଙ୍କ ହିସାବ ଦେଇଛନ୍ତି ସରକାର ।
ମଧ୍ୟପ୍ରଦେଶ-
ମୁଖ୍ୟମନ୍ତ୍ରୀ ଫସଲ ଋଣ କ୍ଷମା ଯୋଜନା(2018-19) ଅନୁସାରେ 36,500କୋଟି ଋଣ ଛାଡ କରିବାକୁ ପ୍ରସ୍ତାବ ଦିଆଯାଇଥିଲା । ଏଥିରେ ପ୍ରାୟ 11 ଲକ୍ଷରୁ ଉର୍ଦ୍ଧ୍ବ ଚାଷୀ ଉପକୃତ ହୋଇଛନ୍ତି ।
ରାଜସ୍ଥାନ-
ରାଜସ୍ଥାନ କୃଷକ ଋଣ କ୍ଷମା ଯୋଜନା ଅଧିନେର 8414.53 କୋଟି ଋଣଛାଡ କରିବାକୁ କୁହାଯାଇଥିଲା ବେଳେ ସରକାର 7546 କୋଟି ଛାଡ କରିଥିଲେ । ଏଥିରେ ପ୍ରାୟ 27.90 ଲକ୍ଷ ଚାଷୀ ଉପକୃତ ହୋଇଥିଲେ ।
ରାଜସ୍ଥାନ ଜନଜାତୀୟ ଉପଯୋଜନା କୃଷି ଋଣ କ୍ଷମା ଆଭାମ୍ ରହନ୍ ମୁକ୍ତି ଯୋଜନା ଅଧିନରେ 72କୋଟି ଋଣ ଛାଡ କରାଯାଇଥିଲା ।
ପଞ୍ଜାବ-
ଫସଲ ଋଣ ଛାଡ ଯୋଜନା ବର୍ଷ-2017 ଅନୁଯାୟୀ 4696କୋଟି ଋଣ ଛାଡ କରାଯାଇଥିଲା । ଏଥିରେ ପ୍ରାୟ 5.7 ଲକ୍ଷ କୃଷି ଉପକୃତ ହୋଇଥିଲେ । ଏହି ଯୋଜନା ଅଧିନରେ କ୍ଷୁଦ୍ର ଚାଷୀଙ୍କୁ 2 ଲକ୍ଷ ଟଙ୍କା ଯାଏଁ ଋଣ ଛାଡ୍ ସୁବିଧା ରହିଛି ।
କର୍ଣ୍ଣାଟକ-
ରାଜ୍ୟ ସରକାର ପ୍ରତି ଚାଷୀ ପରିବାରକୁ 2 ଲକ୍ଷ ଯାଏଁ ଋଣ ଛାଡ କରିବାକୁ ପ୍ରତିଶୃତି ଦେଇଥିଲେ । ଏଥିରେ ପ୍ରାୟ 25 ଲକ୍ଷରୁ ଉର୍ଦ୍ଧ୍ବ ଚାଷୀ ଉପକୃତ ହୋଇଥିଲେ ।
ମହାରାଷ୍ଟ୍ର-