- ଆଦିବାସୀଙ୍କ ରୋଜଗାର ପାଇଁ CAMPA ଜରିଆରେ 6000 କୋଟି ଟଙ୍କାର ସହାୟତା ଘୋଷଣା ।
ଦ୍ବିତୀୟ ଦିନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପ୍ରେସ୍ମିଟ୍, ପଢନ୍ତୁ ଅପଡେଟ୍...
17:12 May 14
17:07 May 14
- କ୍ଷୁଦ୍ର ଓ ସୀମାନ୍ତ କୃଷକଙ୍କ ପାଇଁ ନାବାର୍ଡ ଜରିଆରେ କୃଷକଙ୍କୁ 30 ହଜାର କୋଟି ଟଙ୍କାର ଫଣ୍ଡ ।
- 3 କୋଟି କୃଷକ ଲାଭବାନ ହେବେ ।
17:04 May 14
- ମୁଦ୍ରା ଶିଶୁ ଋଣଗ୍ରହୀତାଙ୍କୁ 1500 କୋଟି ଟଙ୍କା ଫାଇଦା ।
- 15 ହଜାରରୁ କମ ଋଣ ଥିବା ଲୋକଙ୍କୁ 2% ସୁଧ ଛାଡ କରାଯିବ ।
- ମୁଦ୍ରା ଶିଶୁ ଯୋଜନା ଅଧିନରେ ଥିବା ଋଣଗ୍ରହୀତାଙ୍କୁ ସୁବିଧା ମିଳିବ ।
- 3 କୋଟି ଋଣ ଗ୍ରହୀତାଙ୍କୁ 15 ଶହ କୋଟିର ରିହାତି ମିଳିବ ।
16:59 May 14
- ଷ୍ଟ୍ରିଟ ଭେଣ୍ଡରଙ୍କ ପାଇଁ 5 ହଜାର କୋଟି ଋଣ ଯୋଜନା ।
- ଜଣଙ୍କୁ 10 ହଜାର ଯାଏଁ ସୁବିଧା ମିଳିପାରିବ ।
- ଡିଜିଟାଲ ପେମଣ୍ଟ ଦେଲେ ମିଳିବ ପୁରସ୍କାର ।
- 50 ଲକ୍ଷ ଷ୍ଟ୍ରିଟ ଭେଣ୍ଡର ଏଥିରୁ ଉପକୃତ ହେବ ।
16:53 May 14
- ପ୍ରବାସୀ ଶ୍ରମିକଙ୍କୁ କମ ଟଙ୍କାରେ ଘର ଭଡା ଯୋଗାଯିବ ।
- ଏଥିରେ ପ୍ରବାସୀ ଶ୍ରମିକ ଫାଇଦାରେ ରହିବେ ।
- ପିଏମ ଆବାସ ଯୋଜନା ଅଧିନରେ ଆଫର୍ଡେବଲ ରେଣ୍ଟାଲ ହାଉସିଂ ସ୍କିମ ।
- ଏହା ଜରିଆରେ କମ ଭଡାରେ ଘର ଦିଆଯିବ ।
16:49 May 14
- ଆଜିର ସ୍ଥିତିରେ ସବୁଠୁ ଅଧିକ ସଙ୍କଟରେ ପ୍ରବାସୀ ଶ୍ରମିକ ଅଛନ୍ତି ।
- ତେବେ ଏକ ରାଷ୍ଟ୍ର ଏକ ରାସନକାର୍ଡ ଜରିଆରେ ଶ୍ରମିକମାନେ ଦେଶର ଯେକୌଣସି ରାସନ ଡିପୋରୁ ରାସନ ନେଇପାରିବେ ।
- ଏହା ଦ୍ବାରା 23 ରାଜ୍ୟର 67 କୋଟି ଲୋକ ଉପକୃତ ହେବେ ।
16:45 May 14
- ପ୍ରବାସୀଙ୍କ ପାଇଁ 3ଟି ପଦକ୍ଷେପ ।
- ରାସନ କାର୍ଡ ନଥିବା ଶ୍ରମିକଙ୍କୁ ଜୁଲାଇ ଯାଏଁ ମାଗଣା 5 କିଲୋ ଚାଉଳ ଓ ଗହମ ମିଳିବ ।
- 1 କିଲୋ ଡାଲି ମିଳିବ ।
- 8 କୋଟି ଶ୍ରମିକଙ୍କୁ ମାଗଣା ରାସନ ମିଳିବ ।
- ଏଥିପାଇଁ 3500 କୋଟି ଖର୍ଚ୍ଚ କରିବେ କେନ୍ଦ୍ର ସରକାର ।
- ଏହାକୁ ଲାଗୁ କରିବେ ରାଜ୍ୟ ସରକାର ।
16:39 May 14
- ଯେଉଁ ସଂସ୍ଥାରେ 10ରୁ ଉର୍ଦ୍ଧ୍ବ ଲୋକ କାମ କରନ୍ତି, ସେଠାରେ ଇଏସଆଇସି ଜରିଆରେ ଫାଇଦା ଦିଆଯିବ ।
- ଆଉ ଯେଉଁଠି ବିପଦରେ ଶ୍ରମିକ କାମ କରୁଛନ୍ତି ସେଠାରେ ଇଏସଆଇସି ବାଧ୍ୟତାମୂଳକ ହେବ ।
- ସାମାଜିକ ସୁରକ୍ଷା ସ୍କିମକୁ ମଧ୍ୟ ପ୍ରତି ସ୍ଥାନରେ ଲାଗୁ ହେବ। ରାତିରେ କାମ କରିବା ପ୍ରକ୍ରିୟାକୁ ସୁରକ୍ଷିତ କରିବା ପାଇଁ ମଧ୍ୟ କାମ ଚାଲିଛି ।
- ଏଥିସହ ଅସଙ୍ଗଠିତ କ୍ଷେତ୍ରର ଶ୍ରମିକଙ୍କୁ ମଧ୍ୟ ଏତିରେ ସାମିଲ କରାଯିବ ।
- ସଂସଦରେ ଏ ନେଇ କାର୍ଯ୍ୟ ଜାରି ରହିଛି ।
- ସମସ୍ତ ଶ୍ରମିକଙ୍କୁ ନିଯୁକ୍ତି ପତ୍ର ମଧ୍ୟ ଦିଆଯିବ ।
16:33 May 14
- ମନରେଗାରେ ଶ୍ରମିକଙ୍କ ସଂଖ୍ୟା 42 ପ୍ରତିଶତ ବଢିଛି ।
- ଶ୍ରମିକଙ୍କ ପାଇଁ ବାର୍ଷିକ ସ୍ବାସ୍ଥ୍ୟ ଚେକଅପ ବାଧ୍ୟତାମୂଳକ ହେବ ।
- ରାଜ୍ୟକୁ ଫେରୁଥିବା ଶ୍ରମିକଙ୍କୁ କାମ ମିଳିବ ।
- ଏ ନେଇ ସଂସଦରେ କାର୍ଯ୍ୟ ଚାଲିଛି ।
- ତେବେ ଆମେ ପ୍ରତିଶ୍ରୁତିବଦ୍ଧ କି ପ୍ରବାସୀ ଶ୍ରମିକଙ୍କୁ ରୋଜଗାର ଦିଆଯିବ
16:30 May 14
- ନିଜ ରାଜ୍ୟକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କୁ କାମ ଦିଆଯାଇଛି ।
- ମନରେଗା ଜରିଆରେ ପ୍ରବାସୀ ଶ୍ରମିକଙ୍କୁ କାମ ଦିଆଯାଉଛି ।
- ଦୈନିକ ହାରାହାରି ପାରିଶ୍ରମିକ 202 ଟଙ୍କାକୁ ବୃଦ୍ଧି କରାଯାଇଛି ।
- ପୂର୍ବରୁ 182 ଟଙ୍କା ଥିଲା ।
- 2.33 କୋଟି ଶ୍ରମିକଙ୍କୁ ପଞ୍ଚାୟତରେ କାମ ଦିଆଯାଇଛି ।
16:27 May 14
- ପ୍ରବାସୀ ଶ୍ରମିକ ଓ ସହରୀ ଗରିବଙ୍କ ପାଇଁ ସହାୟତା ।
- ରାଜ୍ୟ ଜରୁରୀକାଳୀନ କୋଷକୁ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି ।
- ଘର ନଥିବା ଲୋକଙ୍କୁ 3 ଓଳିର ଖାଦ୍ୟ ଯୋଗାଇଦିଆଯାଉଛି ।
- ସହରୀ ଗରିବଙ୍କ ପାଇଁ 11 ହଜାର କୋଟି ସହାୟତା ।
- 12 ହଜାର ଏସଏଚଜି ଗୋଷ୍ଠୀ ଅନେକ ମାସ୍କ ତିଆରି କରିଛନ୍ତି ।
- ନୂଆ 7200 SHG ହୋଇଛି ।
- ନାବାର୍ଡ 29,500 କୋଟି ଋଣ ଗ୍ରାମୀଣ ବ୍ୟାଙ୍କକୁ ଦେଇଛି ।
16:19 May 14
- କୃଷି ଋଣ ପରିଶୋଧ ଅବଧିକୁ ମେ 31କୁ ବୃଦ୍ଧି ହୋଇଛି ।
- 25 ଲକ୍ଷ ନୂଆ କୃଷକଙ୍କ କ୍ରେଡିଟ କାର୍ଡଧାରୀଙ୍କୁ 25 ହଜାର କୋଟି ଋଣ ଦିଆଯିବ ।
- ରାଜ୍ୟ କୃଷକଙ୍କ ପାଇଁ 67,000 କୋଟି ଋଣ ଓ କୃଷି କ୍ଷେତ୍ର ପାଇଁ 86,600 କୋଟି ଋଣ ଦିଆଯାଇଛି ।
16:16 May 14
ଲକ୍ଡାଉନ୍ ସମୟରେ କୃଷି କ୍ଷେତ୍ର ପାଇଁ ଅଧିକ ଋଣ ଦିଆଯାଇଛି । 3 କୋଟି କୃଷକଙ୍କ ପାଇଁ 4 ଲକ୍ଷ କୋଟି ଋଣ ଦିଆଯାଇଛି । 3 ମାସ ପାଇଁ ଋଣ କିସ୍ତି ସ୍ଥଗିତ ରଖାଯାଇଛି ।
16:08 May 14
ଅର୍ଥମନ୍ତ୍ରୀଙ୍କ ସୂଚନା, ଆଜି ପ୍ରବାସୀ ଶ୍ରମିକ, ଉଠା ଦୋକାନୀ, କ୍ଷୁଦ୍ର ବ୍ୟବସାୟୀ, ସ୍ବଂୟ ନିଯୁକ୍ତ ଏବଂ କ୍ଷୁଦ୍ର ଚାଷୀଙ୍କ ଉପରେ ରହିବ ଫୋକସ୍ ।
12:16 May 14
ଦ୍ବିତୀୟ ଦିନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପ୍ରେସ୍ମିଟ୍, ପଢନ୍ତୁ ଅପଡେଟ୍...
ନୂଆଦିଲ୍ଲୀ: ଆଉ କିଛି ସମୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିବା 20 ଲକ୍ଷ କୋଟି ଟଙ୍କାର ମେଗା ପ୍ୟାକେଜକୁ ନେଇ ବିସ୍ତୁତ ସୂଚନା ଦେବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଗତକାଲି ପ୍ରଥମ ଦିନରେ MSME କ୍ଷେତ୍ରକୁ ଅଧିକ ଫୋକସ୍ କରିବା ସହ ପାଖାପାଖି 6 ଲକ୍ଷ କୋଟି ଟଙ୍କାର ବିସ୍ତୁତ ସୂଚନା ଦେଇଥିଲେ ଅର୍ଥମନ୍ତ୍ରୀ ।