ଓଡିଶା

odisha

ETV Bharat / bharat

କାନପୁର ଏନକାଉଣ୍ଟର:  1722 ମୋଷ୍ଟ ୱାଣ୍ଟେଡ ଓ ହିଷ୍ଟ୍ରିସିଟରଙ୍କ ତାଲିକା ପ୍ରସ୍ତୁତ - 1722ମୋଷ୍ଟ ୱାନଟେଡ କ୍ରିମିନାଲ ଓ ହିଷ୍ଟ୍ରୀସିଟରଙ୍କ ତାଲିକା ପ୍ରସ୍ତୁତ

କାନପୁର ଏନକାଉଣ୍ଟର ଘଟଣାରେ 8ଜଣ ପୋଲିସ ସହିଦ ହେବା ପରେ ଏବେ ଆକ୍ସନ ମୋଡରେ ପୋଲିସ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶ ପରେ ଏବେ ସବୁ ଜିଲ୍ଲାରେ ଥିବା ମୋଷ୍ଟ ୱାଣ୍ଟେଡ ଓ ହିଷ୍ଟ୍ରିସିଟରଙ୍କୁ ଧରପକଡ କରିବା ଆରମ୍ଭ କରିଛି ଆଗ୍ରା ପୋଲିସ ।

Agra police
କାନପୁର ଏନକାଉଣ୍ଟର ଘଟଣା

By

Published : Jul 8, 2020, 7:51 PM IST

Updated : Jul 8, 2020, 10:07 PM IST

ଆଗ୍ରା: ଉତ୍ତରପ୍ରଦେଶ କାନପୁର ଏନକାଉଣ୍ଟର ଘଟଣାରେ 8ଜଣ ପୋଲିସ ସହିଦ ହେବା ପରେ ଏବେ ଆକ୍ସନ ମୋଡରେ ପୋଲିସ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶ ପରେ ଏବେ ସବୁ ଜିଲ୍ଲାରେ ଥିବା ମୋଷ୍ଟ ୱାଣ୍ଟେଡ ଓ ହିଷ୍ଟ୍ରିସିଟରଙ୍କୁ ଧରପକଡ କରିବା ଆରମ୍ଭ କରିଛି ଆଗ୍ରା ପୋଲିସ ।

ଏନେଇ ଆଗ୍ରା ପୋଲିସ ଏସଏସପି(SSP) ବବଲୁ କୁମାରଙ୍କ ନେତୃତ୍ବରେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ଏକ ୟୁନିଟ ଗଠନ କରାଯାଇ ଅପରାଧୀଙ୍କ ଗତିବିଧି ଉପରେ ନଜର ରଖାଯିବ ଏବଂ ଏହି ୟୁନିଟ ଏକ ତାଲିକା ପ୍ରସ୍ତୁତ କରି ଜିଲ୍ଲାର 1,722 ଜଣ ହିଷ୍ଟରଙ୍କ ତାଲିକା ପ୍ରସ୍ତୁତ କରି ଗିରଫ ପାଇଁ ଅପରେସନ ଆରମ୍ଭ କରିଛି ।

କାନପୁର ଏନକାଉଣ୍ଟର: 1722 ମୋଷ୍ଟ ୱାଣ୍ଟେଡ ଓ ହିଷ୍ଟ୍ରିସିଟରଙ୍କ ତାଲିକା ପ୍ରସ୍ତୁତ

ତେବେ ବୁଧବାର ସକାଳୁ କାନପୁର ପୋଳିସକୁ ଏକ ବଡ ସଫଳତା ମିଳିଛି । ଗ୍ୟାଙ୍ଗଷ୍ଟାର ବିକାଶ ଦୁବେର ଡାହାଣ ହାତ କୁହାଯାଉଥିବା ସହଯୋଗୀ ଅମର ଦୁବେକୁ ପୋଲିସ ଏନକାଉଣ୍ଟରରେ ମାରିଦେଇଥିବା ସୂଚନା ମିଳିଛି । ସ୍ଥାନେ ସ୍ଥାନେ ଚଢାଉ କରାଯାଇ ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ ସହ ଯେଉଁମାନଙ୍କର ଲିଙ୍କ ରହିଛି, ସେମାନଙ୍କୁ ଗିରଫ କରିବାକୁ ପୋଲିସ ତଦନ୍ତ ଚଳାଇଛି।

ସୂଚନା ଅନୁସାରେ,ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ପୋଲିସ SSP ଏନେଇ ଏକ ବୈଠକ ଡାକିଥିଲେ । ଯେଉଁଥିରେ ଆଗ୍ରାର SO, SHO, CO, ASP, SP ମାନେ ଉପସ୍ଥିତ ରହିଥିଲେ । ଏହି ବୈଠକରେ ମୋଷ୍ଟ ୱାନଟେଡ, ହିଷ୍ଟ୍ରୀସିଟରଙ୍କ ଉପରେ ପୁରସ୍କାର ରାଶି ଥିବା ଟପ-10 ଦୁର୍ଦ୍ଦାନ୍ତ ଅପରାଧିଙ୍କ ତାଲିକା ପ୍ରସ୍ତୁତ କରାଯାଇଛି ।

ଏହି ଅପରାଧିମାନେ ଏବେ କେଉଁଠି ଅଛନ୍ତି, ଜେଲ ନା ବାହାରେ ଅଛନ୍ତି, କେଉଁ ଅପରାଧି କେଉଁ କ୍ଷେତ୍ରରେ ନିଜ ନେଟୱାର୍କ ରହିଛି । ଏସବୁ ବିଷୟରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଅପରାଧୀଙ୍କୁ ଧରପକଡ କରିବାକୁ ଅପରେସନ ଆରମ୍ଭ କରାଯାଇଛି । ଏହାସହ ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ ସହ ବିଭିନ୍ନ ଥାନାର ପ୍ରାୟ 200 ପୋଲିସ କର୍ମୀ ସମ୍ପର୍କରେ ଥିବା ସୂଚନା ପାଇବା ପରେ

ଏହି ଖବର ଯେପରି ଲିକ୍ ନହୁଏ, ଏଥିପାଇଁ ଗୋଟେ ଥାନା ଅଧିକାରୀ ଉପରେ ଅନ୍ୟ ଥାନାର ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 8, 2020, 10:07 PM IST

ABOUT THE AUTHOR

...view details