ଓଡିଶା

odisha

ETV Bharat / bharat

ମହାରାଷ୍ଟ୍ରରେ ଖୋଲିପାରେ ମଦ ଦୋକାନ, ସିଏମଙ୍କୁ ଚିଠି ଲେଖିଲା ସିଆଇବିସି - liquor shop

ସିଆଇବିସି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଏକ ଚିଠି ଲେଖିଛନ୍ତି। ଏଥିରେ ରାଜ୍ୟରେ ରାଜସ୍ୱ ଏବଂ ରୋଜଗାରକୁ ଦୃଷ୍ଟିରେ ରଖି ମଦ ବିକ୍ରିକୁ ପର୍ଯ୍ୟାୟକ୍ରମେ ଆରମ୍ଭ କରିବାକୁ କିଛ ପରାମର୍ଶ ଦେଇଛନ୍ତି । ଅଧିକ ପଢନ୍ତୁ....

Liquor shops can remain open in Maharashtra
ମହାରାଷ୍ଟ୍ରରେ ଖୋଲିପାରେ ମଦ ଦୋକାନ

By

Published : Apr 21, 2020, 9:45 PM IST

ମୁମ୍ବାଇ: ଦେଶରେ କୋରୋନା ଭାଇରସ ଦ୍ୱାରା ଅଧିକ ପ୍ରଭାବିତ ହୋଇଥିବା ରାଜ୍ୟ ହେଉଛି ମହାରାଷ୍ଟ୍ର । ଏପର୍ଯ୍ୟନ୍ତ ଏଠାରେ 232 ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି 4 ହଜାର 666ଟି କୋରୋନା ସଂକ୍ରମଣ ମାମଲା ରିପୋର୍ଟ କରାଯାଇଛି । ଏହି ସମୟରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପ ମଦ ଦୋକାନ ଉପରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି । ସେ କହିଛନ୍ତି ଯେ ସାମାଜିକ ଦୂରତା ନିୟମ ପାଳନ କରି ରାଜ୍ୟରେ ମଦ ଦୋକାନ ଖୋଲା ଯାଇପାରିବ ।

ସୂଚନାନୂସାରେ, ନିକଟରେ ଭାରତୀୟ ମଦ୍ୟପାନକାରୀ କମ୍ପାନୀଗୁଡିକ (ସିଆଇବିସି) ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଏକ ଚିଠି ଲେଖିଛନ୍ତି। ଏଥିରେ ରାଜ୍ୟରେ ରାଜସ୍ୱ ଏବଂ ରୋଜଗାରକୁ ଦୃଷ୍ଟିରେ ରଖି ମଦ ବିକ୍ରିକୁ ପର୍ଯ୍ୟାୟକ୍ରମେ ଆରମ୍ଭ କରିବାକୁ କିଛି ପରାମର୍ଶ ଦିଆଯାଇଛି ।

ମହାରାଷ୍ଟ୍ରରେ ଖୋଲିପାରେ ମଦ ଦୋକାନ

ରାଜ୍ୟରେ ବଢୁଥିବା କୋରୋନା ସଂକ୍ରମିତଙ୍କ ସଂଖ୍ୟା ଏବଂ ଅବସ୍ଥା ସମ୍ପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପ ମଧ୍ୟ କହିଛନ୍ତି, 'ଯଦି କେନ୍ଦ୍ର ସରକାର ଆମକୁ ସର୍ତ୍ତମୂଳକ ଅନୁମତି ଦିଅନ୍ତି, ତେବେ ଆମେ ଶୀଘ୍ର ରାଜ୍ୟରେ 75 ହଜାର ଦ୍ରୁତ କୋରୋନା ପରୀକ୍ଷା କରିପାରିବୁ । ଆମେ କେତେକ କ୍ଷେତ୍ରରେ ମ୍ୟାଲେରିଆ ଔଷଧ ହାଇଡ୍ରୋକ୍ସିକ୍ଲୋରୋକାଇନ୍ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛୁ ।

ABOUT THE AUTHOR

...view details