ଓଡିଶା

odisha

ETV Bharat / bharat

ଆଲୋକିତ ହେବ ରନ୍ଥାମ୍ବୋର ନ୍ୟାସନାଲ ପାର୍କର 65ଟି ବନ ଚୌକି - rajastan

ଆଲୋକର ଶିଖା ଦେଖିବ ରାଜସ୍ଥାନର ରନ୍ଥାମ୍ବୋର ନ୍ୟାସନାଲ ପାର୍କରେ ଥିବା 65ଟି ବନ ଚୌକି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : Jul 21, 2019, 9:32 PM IST

ଜୟପୁର: ବିଶ୍ବର ପର୍ଯ୍ୟଟନ ମାନଚିତ୍ରରେ ରନ୍ଥାମ୍ବୋର ନ୍ୟାସନାଲ ପାର୍କର ନାଁ ସ୍ବର୍ଣ୍ଣିମ ଅକ୍ଷରରେ ଲେଖାହୋଇଛି । ସାତ ସମୁଦ୍ର ପାର କରି ସୈଲାନି ବାଘଙ୍କୁ ଦେଖିବାପାଇଁ ପର୍ଯ୍ୟଟକଙ୍କ ଭିଡ ଲାଗୁଛି । ହେଲେ ଏହି ଜଙ୍ଗଲ ପାହାଡ ଘେରା ଅଞ୍ଚଳରେ ରହୁଥିବା ଲୋକଙ୍କ କଥା ଓ ଅସୁବିଧା ବୁଝିବାକୁ କେହି ହେଲେ ଟିକେ ଚିନ୍ତା କରୁନାହାନ୍ତି । ତେବେ ସମୟ ବଦଳିଛି ସେମାନଙ୍କ ସୁଖଦୁଃଖ ଓ ଆବଶ୍ୟକତାକୁ ନେଇ ବନ ବିଭାଗ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଯାହାକୁ ନେଇ ଜଙ୍ଗଳରେ ଏକ ବଡ ଧରଣର ପରିବର୍ତ୍ତନ ହେବାକୁ ଯାଉଛି ।

ରନ୍ଥାମ୍ବୋର ନ୍ୟାସନାଲ ପାର୍କ ଏବେ ପର୍ଯ୍ୟଟକଙ୍କ ଦ୍ବାରା ଆଦାୟ କରାଯାଇଥିବା ଆୟ ସମସ୍ତ ରେକର୍ଡ ଭାଙ୍ଗିଛି । ଗତ 2 ବର୍ଷ ଧରି ବିଭାଗ ରେକର୍ଡ ଭଙ୍ଗା ରାଜସ୍ବ ଆୟ ଆଦାୟ କରିଛି । ତେବେ ଜଙ୍ଗଲ ଭିତରେ 65ଟି ବନ ଚୌକି ରହିଛି । ତେବେ ଏହି ନ୍ୟାସନାଲ ପାର୍କକୁ 45 ବର୍ଷ ପୂର୍ବେ ଟାଇଗର ରିଜର୍ଭ ଘୋଷିତ କରାଯାଇଥିଲା । ତେବେ ଏହା ଭିତରେ ଥିବା ବନ ଚୌକି ଗୁଡିକ ବହୁ ଅବ୍ୟବସ୍ଥାରେ ପଡି ରହିଛି । ଆଜିଯାଏଁ ଚୌକି ଗୁଡିକରେ କୌଣସି ଆଲୋକର ବ୍ୟବସ୍ଥା କରାଯାଇନାହିଁ । ଏବେ ବି ଲଣ୍ଠନ ସାହାଯ୍ୟରେ ଘନ ଅନ୍ଧକାର ପାର କରି ବନ୍ୟ ଜୀବଜନ୍ତୁଙ୍କ ଠାରୁ ରକ୍ଷା ପାଇବାକୁ ଚେଷ୍ଟା କରୁଛନ୍ତି ବନ ବିଭାଗ କର୍ମଚାରୀ ।

ଏବେ କିନ୍ତୁ ସେମାନଙ୍କ ଜୀବନରେ ପରିବର୍ତ୍ତନ ଘଟିବାକୁ ଯାଉଛି । ବନ ବିଭାଗ ପକ୍ଷରୁ ସମସ୍ତ ଚୌକି ଗୁଡିକରେ ସୋଲାର ପ୍ଲାଣ୍ଟ ଲଗାଯିବାକୁ ନିଷ୍ପତ୍ତି ନିଆଯାଇଛି । ଏହାଦ୍ବାରା ଚୌକି ଗୁଡିକରେ ଆଲୋକ ସଂଯୋଗ ହେବ । ଏହା ମଧ୍ୟ ପର୍ଯ୍ୟଟକଙ୍କ ଆଗମନ ଦ୍ବାରା ଅର୍ଜିତ ହୋଇଥିବା ଆୟ ଯୋଗୁଁ ସମ୍ଭବ ହୋଇପାରିଥିବା ଜଣେ ବନ ଅଧିକାରୀ ସୂଚନା ଦେଇଛନ୍ତି ।

ABOUT THE AUTHOR

...view details