ଖରାଦିନ ଟାଇଁଟାଇଁ ଖରା ସହ ଝାଞ୍ଜି ପବନ । ଏହି ସମୟରେ ଟିକେ ବି ବାହାରକୁ ଗଲେ ଦେହ ମୁଣ୍ଡ ଜଳିଯିବା ସହ ଥକ୍କା ଲାଗିଥାଏ । ଯାହାଫଳରେ ଶରୀରରୁ ଜଳୀୟ ଅଂଶ ମଧ୍ୟ କମିଯାଏ । ଏହିଦିନରେ ଡିହାଇଡ୍ରେସନ ହେଉଛି ମୁଖ୍ୟ ସମସ୍ୟା । କାରଣ ଶରୀରରେ ଥିବା ଜଳୀୟ ଅଂଶ ଖରାଦିନେ ଝାଳ ଆକାରରେ ଶରୀରରୁ ବାହାରିଯାଏ ତେଣୁ ଦେହକୁ ଥଣ୍ଡା ରଖିବା ପାଇଁ ପାଣି ପିଇବା ଜରୁରୀ ।
ଯଦି ଆପଣ କମ ପାଣି ପିଉଛନ୍ତି ତେବେ ଡିହାଇଡ୍ରେସନର ଅସୁବିଧା ଦେଖା ଦେଇପାରେ । ଯେଉଁଥିପାଇଁ ଜଣେ ବ୍ୟକ୍ତି ହୃଦଘାତର ଶିକାର ହେବା ସହ ମଧ୍ୟ ମୃତ୍ୟୁମୁଖରେ ପଡିଥାଏ । ତେବେ ଆସନ୍ତୁ ଜାଣିବା ଡିହାଇଡ୍ରେସନର ବିଭିନ୍ନ ଲକ୍ଷଣ ବିଷୟରେ...
ମୁଣ୍ଡ ବୁଲାଇବା
1. ଡିହାଇଡ୍ରେସନର ସ୍ତର ବଢିଗଲେ ହଠାତ୍ ମୁଣ୍ଡ ବୁଲାଇଥାଏ । ଏହାସହ ଆଖି ଆଗରେ ସବୁ କିଛି ଅନ୍ଧାର ଦେଖାଯିବା ସହ ମୁଣ୍ଡ ବିନ୍ଧା ଆରମ୍ଭ ହୁଏ । ଏହି ସମୟରେ ବ୍ୟକ୍ତି ଜଣକୁ ଲେମ୍ବୁ ପାଣି, ନଡିଆ ପାଣି ଓ ବଟରମିଲ୍କ ମଧ୍ୟ ଦେଇପାରିବେ ।
ତ୍ବଚା ଶୁଷ୍କ