ଓଡିଶା

odisha

By

Published : Jan 18, 2021, 7:22 PM IST

ETV Bharat / bharat

ହାଇଦ୍ରାବାଦ ବିମାନବନ୍ଦରରେ ବୁଲୁଛି ଚିତାବାଘ

ରବିବାର ରାତି ପ୍ରାୟ 11 ଟା ସମୟରେ ଜଣେ ବ୍ୟକ୍ତି ପେଡାଗୋଲକୋଣ୍ଡା ଉପକଣ୍ଠରୁ ଅନ୍ତର୍ଜାତୀୟ ବିମାନବନ୍ଦର ରନୱେ ଆଡକୁ ଯାଉଥିବା ଏକ ଚିତାବାଘକୁ ଦେଖିଥିଲେ

ବିମାନବନ୍ଦରରେ ବୁଲୁଛି ଚିତାବାଘ
ବିମାନବନ୍ଦରରେ ବୁଲୁଛି ଚିତାବାଘ

ହାଇଦ୍ରାବାଦ: ବିମାନବନ୍ଦରରେ ବୁଲୁଛି ଚିତାବାଘ । ଜଙ୍ଗଲ ଅଧିକାରୀମାନେ ତେଲେଙ୍ଗାନାର ରଙ୍ଗାରେଡି ଶମଶାଦାବାଦ ଜୋନର ପେଡାଗୋଲକୋଣ୍ଡା ଅଞ୍ଚଳରେ ଏକ ଚିତାବାଘ ବୁଲୁଥିବା ଦେଖିବାକୁ ପାଇଛନ୍ତି। ରବିବାର ରାତି ପ୍ରାୟ 11 ଟା ସମୟରେ ଜଣେ ବ୍ୟକ୍ତି ପେଡାଗୋଲକୋଣ୍ଡା ଉପକଣ୍ଠରୁ ଅନ୍ତର୍ଜାତୀୟ ବିମାନବନ୍ଦର ରନୱେ ଆଡକୁ ଯାଉଥିବା ଏକ ଚିତାବାଘକୁ ଦେଖିଥିଲେ । ଏନେଇ ସେ ତୁରନ୍ତ 100 କୁ ଫୋନ କରି ପୋଲିସକୁ ଜଣାଇଥିଲେ।

ସୋମବାର ସକାଳେ ବନ ଅଧିକାରୀମାନେ ଚିତାବାଘକୁ ଟ୍ରାକ୍ କରିବାକୁ ଚେଷ୍ଟା କରୁଛନ୍ତି। ସିସିଟିଭି ଫୁଟେଜରେ ପେଡାଗୋଲକୋଣ୍ଡାର ଏକ ବ୍ଲୁଡଟ୍ କମ୍ପାନୀ ଗୋଦାମ ପଛରେ ଚାଲୁଥିବା ଏକ ଚିତାବାଘ ଦେଖାଯାଇଛି । ଏହାସହ ଆସନ୍ତା ଦିନେ ଦୁଇ ଦିନ ଯାଏଁ ଚିତାବାଘ ଉପରେ କଡା ନଜର ରଖାଯିବ ବୋଲି ବନ ଅଧିକାରୀ କହିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details