ଓଡିଶା

odisha

ETV Bharat / bharat

ରାଜରାସ୍ତାରେ ବାଘ, ଲୋକେ ଛାନିଆ

ରାଜରାସ୍ତାରେ ବାଘ । ନୈନିତାଲ-ହଲଦ୍ବାନୀ ରାସ୍ତାରେ ବୁଲୁଥିବା ବେଳେ ବାଘର ଭିଡ଼ିଓ କରି ଭାଇରାଲ କରିଛନ୍ତି ପର୍ଯ୍ୟଟକ । ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି ।

By

Published : Aug 28, 2019, 4:41 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଡେରାଡୁନ: ନୈନିତାଲ ରୁ ହଲଦ୍ବାନୀକୁ ସଂଯୋଗ କରୁଥିବା ରାଜରାସ୍ତାରେ ବାଘ । ଖୋଲାଖୋଲି ଭାବେ ବୁଲୁଥିବା ଏହି ବାଘକୁ ଦେଖି ସ୍ଥାନୀୟ ଅଞ୍ଚଳରେ ବେଶ ଭୟର ବାତାବରଣ ଦେଖା ଦେଇଛି । ତେବେ ରାସ୍ତାରେ ଯିବା ଆସିବା କରୁଥିବା ଲୋକମାନେ କିନ୍ତୁ ଉକ୍ତ ବାଘର ଭିଡ଼ିଓ ସୁଟ କରି ସୋସିଆଲ ମିଡ଼ିଆରେ ଭାଇରାଲ କରିଛନ୍ତି ।

ମିଳିଥିବା ସୂଚନା ମୁତାବକ ହଲଦ୍ବାନୀର ବାସିନ୍ଦା ବିଶାଲ ବର୍ମା ବିଳମ୍ବିତ ସନ୍ଧ୍ୟାରେ ନୈନିତାଲ ଅଭିମୁଖେ ଯାଉଥିଲେ । ଏହି ସମୟରେ ସେ ରାସ୍ତା କଡ଼ରେ ଏକ ବାଘ ବୁଲୁଥିବା ଦେଖିଥିଲେ । ତେବେ ଗାଡ଼ି ଆଲୁଅରେ ଉକ୍ତ ବାଘଟି ରାସ୍ତା କଡ଼କୁ ଯାଉଥିବା ସମୟରେ ତାହାର ଭିଡ଼ିଓ କରିଥିଲେ ବିଶାଲ । ତାହାକୁ ସେ ସୋସିଆଲ ମିଡ଼ିଆରେ ଭାଇରାଲ କରିଥିଲେ ।

ତେବେ ଉକ୍ତ ଅଞ୍ଚଳରେ ଅଧିକାଂଶ ସମୟରେ ବାଘ ଦେଖାଯାଉଥିବା ନେଇ ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି । ବାରମ୍ବାର ବାଘ ରାସ୍ତା ଓ ନିକଟସ୍ଥ ଅଞ୍ଚଳରେ ବୁଲାବୁଲି କରୁଥିବାରୁ ନିକଟସ୍ଥ ଗ୍ରାମଗୁଡିକରେ ବେଶ ଭୟର ବାତାବରଣ ଲାଗି ରହିଛି ବୋଲି ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି ।

ABOUT THE AUTHOR

...view details