ଓଡିଶା

odisha

ETV Bharat / bharat

ତୀର୍ଥଯାତ୍ରୀଙ୍କୁ ଲହୁଲୁହାଣ କଲା ଚିତାବାଘ

ତୀର୍ଥଯାତ୍ରୀଙ୍କୁ ଲହୁଲୁହାଣ କଲା ଚିତାବାଘ । ବାଘ ଆକ୍ରମଣରେ ତିରୁପତି ଯାଉଥିବା ଦୁଇଜଣ ତୀର୍ଥଯାତ୍ରୀ ଆହତ ହୋଇଛନ୍ତି । ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

By

Published : Jun 17, 2019, 3:39 PM IST

ଫାଇଲ ଫଟୋ

ତିରୁମାଲା: ତୀର୍ଥଯାତ୍ରୀଙ୍କୁ ଲହୁଲୁହାଣ କଲା ଚିତାବାଘ । ବାଘ ଆକ୍ରମଣରେ ତିରୁପତି ଯାଉଥିବା ଦୁଇଜଣ ତୀର୍ଥଯାତ୍ରୀ ଆହତ ହୋଇଛନ୍ତି । ଗୁରୁତରଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଆହତ ବ୍ୟକ୍ତିମାନେ ତିରୁପତିରେ ଭଗବାନ ବାଲାଜୀଙ୍କ ଦର୍ଶନ ପାଇଁ ଯାଇଥିଲେ । ଆହତ ଦୁଇ ଝିଅ ହେଲେ ୟାମିନି(20) ଓ ପଭନୀ(12) ।

ଖବର ଅନୁଯାୟୀ, ଗତ ସପ୍ତାହରେ ଥିରୁମାଲ ଘାଟରେ ମଧ୍ୟ ଚିତାବାଘ ଆକ୍ରମଣ କରିଥିଲା । ଗୋଟିଏ ସପ୍ତାହ ମଧ୍ୟରେ ଦ୍ବିତୀୟ ଥର ପାଇଁ ଆକ୍ରମଣ କରିଛି ଚିତାବାଘ । ତେବେ ଘଟଣା ବିଷୟରେ ଖବର ପାଇଁ ବନବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ତାଙ୍କ କହିବା ଅନୁସାରେ ବର୍ତ୍ତମାନ ବାଘର ପାଦଚିହ୍ନ ଟ୍ରାକ କରାଯାଇ ତାକୁ ଧରିବାକୁ ଚେଷ୍ଟା ଜାରି ରହିଛି ।

ABOUT THE AUTHOR

...view details