ଓଡିଶା

odisha

ETV Bharat / bharat

କୋରୋନା ପ୍ରଭାବ: କୋର୍ଟ ସମ୍ମୁଖରେ ଚା’ ବିକିଲେ ଆଇନଜୀବୀ - lawyer sells tea

ଆଜି ଶହ ଶହ ଲୋକଙ୍କୁ ଜୀବିକା ଛଡାଇ ନେଇଛି କୋରୋନା ମହାମାରୀ । ଏଥିରୁ ବାଦ ପଡିନାହାଁନ୍ତି କୋର୍ଟ କଚେରୀର କର୍ମଚାରୀ । କେବଳ କୋର୍ଟ କଚେରୀ କର୍ମଚାରୀ ନୁହଁନ୍ତି ଓକିଲାତି ପେସାରୁ ଯେଉଁମାନେ ରୋଜଗାର କରନ୍ତି, ସେମାନଙ୍କ ଜୀବନ ଜୀଇଁବା ଯନ୍ତ୍ରଣାଦାୟକ ହୋଇପଡିଛି । ଅଧିକ ପଢନ୍ତୁ...

କୋର୍ଟ ସମ୍ମୁଖରେ ଚା’ ବିକିଲେ ଆଇନଜୀବୀ
କୋର୍ଟ ସମ୍ମୁଖରେ ଚା’ ବିକିଲେ ଆଇନଜୀବୀ

By

Published : Jul 25, 2020, 2:24 PM IST

ଚେନ୍ନାଇ: 5 ମାସରୁ ଅଧିକ ହୋଇଯିବ କୋର୍ଟ କଚେରୀ ସବୁ ବନ୍ଦ । କାମଧନ୍ଦା ନ ପାଇ ଜୀବନ ଅତ୍ୟନ୍ତ ଦୁର୍ବିସହ ହୋଇପଡିଛି । ପରିବାର ଚଳେଇବା କାଠିକର ପାଠ ହୋଇପଡିଛି । ଫଳରେ ବାଧ୍ୟହୋଇ ଚା’ ବିକିଲେ ଆଇନଜୀବୀ । ଏଭଳି ଏକ ଅଭାବନୀୟ ଘଟଣା ତାମିଲନାଡୁର ଚେନ୍ନାଇରେ ଦେଖିବାକୁ ମିଳିଛି । ଏରୋଡ ଜିଲ୍ଲା କୋର୍ଟ ସମ୍ମୁଖରେ ନିଜ ସାଇକେଲରେ ଚା’ ବିକୁଛନ୍ତି ହାଇକୋର୍ଟ ମାମଲାର ପରିଚାଳନା କରୁଥିବା ଜଣେ ଆଇନଜୀବୀ ।

ତାମିଲନାଡୁ ଏରୋଡ ଜିଲ୍ଲାର ତିରୁନାଗର ସାୟଦ ହାରୋନ । ସାୟଦ ପେଶାରେ ଜଣେ ଆଇନଜୀବୀ ହୋଇଥିବାବେଳେ ପରିବାର ସହ ସେ ଚେନ୍ନାଇରେ ରୁହନ୍ତି । ତେବେ ଚେନ୍ନାଇର ହାଇକୋର୍ଟ ମାମଲାର ସେ ପରିଚାଳନା କରନ୍ତି । ଲକଡାଉନ ପୂର୍ବରୁ ସେ ଏରୋଡକୁ ଆସି ପରେ ଆଉ ଚେନ୍ନାଇ ଫେରି ପାରିନାହାଁନ୍ତି ।

କୋର୍ଟ ସମ୍ମୁଖରେ ଚା’ ବିକିଲେ ଆଇନଜୀବୀ

ସେପଟେ ଆଇନଜୀବୀଙ୍କ ଇ-ପାସର ବୈଧତା ଶେଷ ମଧ୍ୟ ହୋଇଯିବାରୁ ତାଙ୍କ ପାଖରେ କୌଣସି ବୈଧ ପ୍ରମାଣ ନଥିବାରୁ ସେ ଏରୋଡରେ ଅଟକି ରହିଛନ୍ତି । ତେଣୁ ଏରୋଡରେ କୌଣସି ଜୀବିକା ନଥିବାରୁ ତାଙ୍କୁ ଏରୋଡରେ ସଂଘର୍ଷ କରିବାକୁ ପଡୁଛି । ଏହା ପରେ ନିଜ ଓକିଲ ପୋଷାକରେ କୋର୍ଟ ସମ୍ମୁଖରେ ଚା‘ ବିକୁଛନ୍ତି । ସାଇକେଲରେ ଏକ ଫ୍ଲାଗ କାର୍ଡ ଧରି ତୁରନ୍ତ କୋର୍ଟ ଖୋଲିବାକୁ ଅନୁରୋଧ କରିଛନ୍ତି ।

ଅନ୍ୟ ଶିଳ୍ପଗୁଡିକ ପାଇଁ ଅନୁମତି ଦେଇଥିବା ପରି ସରକାର କୋର୍ଟ ଖୋଲିବାକୁ ଅନୁମତି ଦେବାକୁ ପଡିବ। ଯେଉଁମାନେ ଓକିଲାତି ପେସାରୁ ରୋଜଗାର କରୁଛନ୍ତି ସେମାନେ ଏହି ଲକଡାଉନ୍ ଅବଧିରେ ଚଳିବା ପାଇଁ କଠିନ ପରିଶ୍ରମ କରୁଛନ୍ତି। ଯେଉଁଥିରେ କୋର୍ଟ ଉପରେ ନିର୍ଭର କରୁଥିବା ଆଇନଜୀବୀମାନେ ମଧ୍ୟ ରହିଛନ୍ତି। ତେଣୁ ଓକିଲମାନଙ୍କୁ 10,000 ଟଙ୍କା ପାଣ୍ଠି ଦେବାକୁ ଦାବି କରିଛନ୍ତି ସୟଦ ହାରୋନ୍ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details