ଓଡିଶା

odisha

ETV Bharat / bharat

ସିଏଏ ହିଂସାରେ ଗୋଟିଏ ଆଖି ହରାଇଲେ ଆଇନ ଛାତ୍ର - ସିଏଏ ହିଂସା

ସିଏଏ ହିଂସାରେ ଗୋଟିଏ ଆଖି ହରାଇଲେ ଆଇନ ଛାତ୍ର । ଡିସେମ୍ବର 15ରେ ଜାମିୟା ମିଲିଆ ପରିସରରେ ହୋଇଥିବା ଆନ୍ଦୋଳନରେ ପୋଲିସ ମାଡରେ ଆଖି ହରାଇଛନ୍ତି ଛାତ୍ର । ଆଗକୁ ପଢନ୍ତୁ...

law phd student lost partial eye sight
ସିଏଏ ହିଂସାରେ ଗୋଟିଏ ଆଖି ହରାଇଲେ ଆଇନ ଛାତ୍ର

By

Published : Dec 23, 2019, 1:13 PM IST

ନୂଆଦିଲ୍ଲୀ: ଦେଶରେ ଲାଗି ରହିଥିବା ସିଏଏ ହିଂସାରେ ଗୋଟିଏ ଆଖି ହରାଇଲେ ଆଇନ ଛାତ୍ର । ନିଜର ସ୍ବପ୍ନ ପୂରା କରିବା ଉଦ୍ଦେଶ୍ୟରେ ଗତବର୍ଷ ଦିଲ୍ଲୀ ଆସିଥିଲେ ବିହାରର ମହମ୍ମଦ ମଇଜୁଦ୍ଦିନ । କିନ୍ତୁ ଗତ ଡିସେମ୍ବର 15ରେ ଜାମିୟା ମିଲିଆ ଲାଇବ୍ରେରୀ ପରିସରରେ ହୋଇଥିବା ପ୍ରଦର୍ଶନରେ ପୋଲିସ ଆକ୍ରମଣରେ ସେ ଆଖି ହରାଇଥିବା କହିଛନ୍ତି ।

ବର୍ତ୍ତମାନ ସେ ନିଜ ଘରକୁ ଫେରିଯିବାକୁ ଚାହୁଁଥିବା ବେଳେ ଏହି ବିଶ୍ବବିଦ୍ୟାଳୟ ତାଙ୍କ ପାଇଁ ସୁରକ୍ଷିତ ନୁହେଁ ବୋଲି ସେ କହିଛନ୍ତି । ମୋର ଏଥିରେ କଣ ଦୋଷ ରହିଛି । 'ମୁଁ ଲାଇବ୍ରେରୀରେ ବସି ପାଠ ପଢୁଥିବା ବେଳେ ପ୍ରଥମେ ରୁମ କବାଟ ବନ୍ଦ କରିବାପରେ ଲାଇବ୍ରେରୀରେ ପଶିଥିଲେ ପୋଲିସ । ଆଉ ଆରମ୍ଭ କରିଥିଲେ ଲାଠି ଚାର୍ଜ। ଲାଇବ୍ରେରୀରେ ଥିବା ଛାତ୍ରମାନେ ଆନ୍ଦୋଳନରେ ସାମିଲ ନଥିବା ମଧ୍ୟ କହିଥିଲେ । ହେଲେ ପୋଲିସ କିଛି ଶୁଣିନଥିଲା' ।

ମଇଜୁଦ୍ଦିନଙ୍କ ଆଖିରେ ମାଡ ବାଜିବା ପରେ ସେ ଡାକ୍ତରଙ୍କୁ ଦେଖାଇଥିଲେ । ଡାକ୍ତରଙ୍କ କହିବା ଅନୁସାରେ ବର୍ତ୍ତମାନ ଗୋଟିଏ ଆଖି ନଷ୍ଟ ହୋଇଛି । ଅନ୍ୟ ଆଖିକୁ ମଧ୍ୟ ଏହା ସଂକ୍ରମିତ ହୋଇପାରେ । ପିଏଚଡି ପରେ ସେ ବିହାରରେ ଅଭ୍ୟାସ ନେଇ ଚିନ୍ତା କରିଥିଲେ । ଘଟଣା ପରେ ନିଜ ପିଏଚଡି ଶେଷ କରି ସେ ସୁପ୍ରିମକୋର୍ଟରେ ଅଭ୍ୟାସ ଆରମ୍ଭ କରିବେ ବୋଲି କହିଛନ୍ତି ।

ABOUT THE AUTHOR

...view details