ଓଡିଶା

odisha

ETV Bharat / bharat

ବିହାରରେ ବିଧାୟକଙ୍କ ଦବଙ୍ଗଗିରି

ପୁଣି ସାମ୍ନାକୁ ଆସିଲା ରାଜନେତାଙ୍କୁ ଦବଙ୍ଗଗିରି । ବିହାରର ଲୋରିଆ ଅଞ୍ଚଳର ଏପରି ଘଟଣା ସାଧାରଣରେ ଦେଖିବାକୁ ମିଳିଛି । ହାତୀ ଉପରେ ବସି ବିଧାୟକ ଅତ୍ୟନ୍ତ ଖୁସିରେ ଖୋଲା ଆକାଶକୁ ଦୁଇ ରାଉଣ୍ଡ ଗୁଳି ଚଳାଇଛନ୍ତି । ଏହାକୁ ସାଧାରଣରେ ଘୋର ନିନ୍ଦା କରାଯାଇଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

By

Published : Aug 30, 2019, 2:47 PM IST

ପାଟନା: ରାଜନେତାଙ୍କୁ ଗ୍ରାସିଛି କ୍ଷମତା ଲୋଭ । ଯାହାର ଏକ ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ବିହାରର ପଶ୍ଚିମ ଚମ୍ପାରଣରେ । ଏହି ନିର୍ବାଚନ ମଣ୍ଡଳୀର ବିଧାୟକ ଖୋଲାଖୋଲି ନିୟମ କାନୁନକୁ ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳିଛି । ଲୋରିଆ ଅଞ୍ଚଳର ବିଧାୟକ ବିନୟ ବିହାରୀ ହାତୀ ଉପରେ ବସି ଖୋଲାଖୋଲି ଭାବେ ଗୁଳି ଚଳାଇଥିଲେ ।

ମିଳିଥିବା ସୂଚନା ଅନୁଯାୟୀ ବିନୟ ବିହାରୀ ହାତୀ ଉପରେ ବସି ମଚ୍ଛରଗାଁଓର କଂସ ବଦ୍ଧ ଦେଖିବାକୁ ଯାଇଥିଲେ । ହାତୀ ଉପରେ ବସି ସେ ଏମିତି ଖୁସିରେ ମସଗୁଲ ହୋଇଯାଇଥିଲେ ଯେ, କେତେବେଳେ ଗୁଳି ଚଳାଉଥିଲେ ତ ପୁଣି କେତେବେଳେ ବନ୍ଧୁକ ବୁଲାଉଥିଲେ । ତେବେ ସେ ଏହି ସମୟରେ 2 ରାଉଣ୍ଡ ଗୁଳି ଚଳାଇଥିବା ଜଣାପଡ଼ିଛି ।

ଭିଡ଼ିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ବିଧାୟକଙ୍କ ଏହି ଦବଙ୍ଗ ରୁପ ଦେଖିବାକୁ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା । ଏହାକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଖୁବ ଭିଡ଼ ଦେଖିବାକୁ ମିଳିଥିଲା । ତେବେ ସବୁଠାରୁ ଆଶ୍ଚର୍ଯ୍ୟକର ବିଷୟ ହେଉଛି ଯେ, ବିଧାୟକ ବ୍ୟବହାର କରିଥିଲା ବନ୍ଧୁକଟି ଅନ୍ୟ ଜଣକର ରହିଥିଲା । ଏହି ବନ୍ଧୁକର ଲାଇସେନ୍ସ ମଧ୍ୟ ବିଧାୟକଙ୍କ ନାମରେ ନଥିବା ଜଣାପଡ଼ିଛି ।

ସେପଟେ ଯଦି ନିୟମ ଉଲ୍ଲଂଘନର କଥା କୁହାଯାଏ, ତେବେ ବିଧାୟକ ଖୋଲାଖୋଲି ଭାବେ ଆର୍ମ୍ସ ଆକ୍ଟର ଦୁରୁପଯୋଗ କରିଥିବା ଜଣାପଡ଼ିଛି । ଜନସାଧାରଣ ସ୍ଥାନରେ ଏହି ଅସ୍ତ୍ରଶସ୍ତ୍ରର ବ୍ୟବହାର ନକରିବାକୁ ଆଇନରେ ଉଲ୍ଲେଖ ରହିଛି । ଏହି ନିୟମକୁ ଭାଙ୍ଗି ବିଧାୟକ ଗୁରୁତର ଆଇନ ଭାଙ୍ଗିଥିବା ଜଣାପଡ଼ିଛି । ଏନେଇ ଭାରତୀୟ ଅସ୍ତ୍ର ଅଧିନିୟମ ଅନୁଯାୟୀ ଗମ୍ଭୀର ଦଣ୍ଡ ରହିଥିବା ଜଣାପଡ଼ିଛି ।

ABOUT THE AUTHOR

...view details