ଓଡିଶା

odisha

ETV Bharat / bharat

ମହଙ୍ଗା ପଡିଲା ନିୟମ ଉଲ୍ଲଂଘନ; ଲାଠିଚାର୍ଜ କଲା ପୋଲିସ

ଆନ୍ଧ୍ରପ୍ରଦେଶ ଲକଡାଉନ ଉଲ୍ଲଂଘନକାରୀଙ୍କ ଉପରେ ପୋଲିସ ଲାଠିଚାର୍ଜ । ଅଧିକ ସୂଚନା ପଢନ୍ତୁ...

By

Published : Mar 25, 2020, 11:56 AM IST

lathi charge on lockdown violators in andhras krishna
ଲକଡାଉନ ଉଲଘଂନକାରୀଙ୍କ ଉପରେ ପୋଲିସ ଲାଠିଚାର୍ଜ

ଅମରାବତୀ: ଲକଡାଉନ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ମଙ୍ଗଳବାର ଲାଠି ଚାର୍ଜ କରିଛି ଆନ୍ଧ୍ରପ୍ରଦେଶ ପୋଲିସ । ସୋମବାର ଆନ୍ଧ୍ରପ୍ରଦେଶ ରାଜ୍ୟ ସରକାର କୋରୋନା ଭାଇରସ୍ ବିସ୍ତାରକୁ ରୋକିବା ପାଇଁ ରାଜ୍ୟବ୍ୟାପୀ ତାଲା ପକାଇବାକୁ ନିର୍ଦ୍ଦେଶ ଦେଇଥିଲେ ।

ଏନେଇ ପୋଲିସ ଲୋକଙ୍କୁ ରାସ୍ତାରେ ନଆସିବାକୁ ଚେତାବନୀ ଦେଇଛି। ହେଲେ କାଞ୍ଚିକାଚେରଲା ସହରରେ କିଛି ଯୁବକ ଏହି ନିର୍ଦ୍ଦେଶର ଉଲ୍ଲଂଘନ କରିଥିବା ବେଳେ ସେମାନଙ୍କ ଉପରେ ଲାଠି ଚାର୍ଜ କରିଛି ପୋଲିସ। ଏବଂ ସେମାନଙ୍କ ମଧ୍ୟରୁ କେତେକଙ୍କୁ ଅଳ୍ପ ସମୟ ପାଇଁ ଅଟକ ରଖାଯାଇଥିଲା। ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଅନୁଯାୟୀ କୋବିଡ-19 ର ପ୍ରାୟ 536 ଟି ପଜିଟଭ ମାମଲା ଭାରତ ରିପୋର୍ଟ ହୋଇଛି। ମାରାତ୍ମକ ଜୀବାଣୁ ଯୋଗୁଁ ଏପର୍ଯ୍ୟନ୍ତ 11 ଜଣଙ୍କର ମୃତ୍ୟୁ ଘଟିଛି।

@ANI

ABOUT THE AUTHOR

...view details