ଓଡିଶା

odisha

ପ୍ରଧାନମନ୍ତ୍ରୀଙ୍କୁ ଲତାଦିଦିଙ୍କ ନବବର୍ଷର ଶୁଭେଚ୍ଛା

By

Published : Jan 1, 2021, 8:30 PM IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଂରାଜୀ ନବ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି ସୂର ସାମ୍ରାଜ୍ଞୀ ଲତା ମଙ୍ଗେଶକର। ପ୍ରଧାନମନ୍ତ୍ରୀଙ୍କୁ ଭାଇ ବୋଲି ସମ୍ବୋଧିତ କରିବା ସହ ତାଙ୍କ ଶାସନ ନୀତିକୁ ପ୍ରଂସଶା କରିଛନ୍ତି ଲତା ମଙ୍ଗେଶକର। ଅଧିକ ପଢ଼ନ୍ତୁ...

Lata Mangeshkar wishes the Prime Minister a Happy New Year
ପ୍ରଧାନମନ୍ତ୍ରୀଙ୍କୁ ନବ ବର୍ଷର ଶୁଭେଚ୍ଛା ଦେଲେ ଲତା ମଙ୍ଗେଶକର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଂରାଜୀ ନବ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି ସୂର ସାମ୍ରାଜ୍ଞୀ ଲତା ମଙ୍ଗେଶକର। ପ୍ରଧାନମନ୍ତ୍ରୀଙ୍କୁ ଭାଇ ବୋଲି ସମ୍ବୋଧିତ କରିବା ସହ ତାଙ୍କ ଶାସନ ନୀତିକୁ ପ୍ରଂସଶା କରିଛନ୍ତି ଲତା ମଙ୍ଗେଶକର। ଖାଲି ସେତିକି ନୁହେଁ ନୂଆ ବର୍ଷର ଶୁଭେଚ୍ଛା ସହ ମୋଦିଙ୍କ ମାଆଙ୍କୁ ପ୍ରଣାମ କରିଛନ୍ତି ଲତା ଦିଦି।

ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇ ଲତା ମଙ୍ଗେଶକର ଟ୍ବିଟ କରିଛନ୍ତି ଯେ, "ନରେନ୍ଦ୍ର ଭାଇ ସାଦର ପ୍ରଣାମ। ଆପଣ ଦେଶ ପାଇଁ ଯେଉଁ ସବୁ କାର୍ଯ୍ୟ କରୁଛନ୍ତି ତାହା ପ୍ରଶଂସନୀୟ। ଏଥିପାଇଁ ମୁଁ ଆପଣଙ୍କୁ ଶୁଭେଚ୍ଛା ଜଣାଉଛି। ଆପଣଙ୍କୁ ନବ ବର୍ଷର ଶୁଭକାମନା ଦେଉଛି ଏବଂ ଆପଣଙ୍କ ମାଆଙ୍କୁ ପ୍ରଣାଣ କରୁଛି।"

ପ୍ରଧାନମନ୍ତ୍ରୀଙ୍କୁ ନବ ବର୍ଷର ଶୁଭେଚ୍ଛା ଦେଲେ ଲତା ମଙ୍ଗେଶକର

ଲତା ମଙ୍ଗେଶକର ନବ ବର୍ଷର ଶୁଭେଚ୍ଛା ପରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସୂର ସାମ୍ରାଜ୍ଞୀ ଲତା ମଙ୍ଗେଶକରଙ୍କୁ ଦିଦି ବୋଲି ସମ୍ବୋଧନ କରି ଏହି ଶୁଭକାମନା ପ୍ରେରଣାଦାୟୀ ବୋଲି କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରିଛନ୍ତି ଯେ, "ଆପଣଙ୍କ ଏହି ଆଶିର୍ବାଦି ବଚନ ପାଇଁ ଧନ୍ୟବଦା ଲତା ଦିଦି। ଆପଣଙ୍କ ଶୁଭକାମନା ମୋତେ ନୂଆ ଉର୍ଜା ସହ ଦେଶ ପାଇଁ କାର୍ଯ୍ୟ କରିବାକୁ ପ୍ରେରଣା ଦେଉଛି।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details