ଲକ୍ଷ୍ନୌ: ରାମ ଜନ୍ମଭୂମିରେ ମନ୍ଦିର ନିର୍ମାଣ ପାଇଁ ଜମି ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ ହୋଇଛି। ମନ୍ଦିର ନିର୍ମାଣ ସ୍ଥଳ ନିକଟରେ ଥିବା ଜରାଜୀର୍ଣ୍ଣ ମନ୍ଦିର ଗୁଡିକର କୋଠା ହଟାଇବା ପାଇଁ L&Tକୁ ଦାୟିତ୍ବ ଦିଆଯାଇଛି । ଯେଉଁଥିରେ ପ୍ରଥମେ ରାମ ଜନ୍ମସ୍ଥାନ ଏବଂ ସୀତା ରୋଷେଇ ଘରର ଭଙ୍ଗା କୋଠାକୁ ଭାଙ୍ଗିବାକୁ ନିଷ୍ପତ୍ତି ନିଆଯାଇଛି।
ରାମ ଜନ୍ମଭୂମି ମନ୍ଦିର ନିର୍ମାଣ ପାଇଁ ନିର୍ଦ୍ଧାରିତ ହୋଇଥିବା 67 ଏକର ଜମି ସହିତ ଅନ୍ୟ 13 ଟି ମନ୍ଦିରକୁ ମଧ୍ୟ ଅନୁମତି ଦିଆଯାଇଥିଲା। ଦୀର୍ଘ ଦିନର ଅଧିଗ୍ରହଣ ହେତୁ ସମସ୍ତ ଅଟ୍ଟାଳିକା ନଷ୍ଟ ହେବାକୁ ବସିଲାଣି । ମନ୍ଦିର ନିର୍ମାଣ ପାଇଁ ଆଖପାଖ ଜମିକୁ ଖାଲି କରାଯିବାର ଆବଶ୍ୟକ ଥିଲା, ଖରାପ ଅବସ୍ଥା ହେତୁ ଏହି ସବୁ ମନ୍ଦିର ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ ହେବ।