ଓଡିଶା

odisha

ETV Bharat / bharat

‘ରାହୁଲ ଗାନ୍ଧୀଙ୍କ ଇସ୍ତଫା ଆତ୍ମହତ୍ୟା ସଦୃଶ’

ରାହୁଲଙ୍କ ଇସ୍ତଫା ବାବଦରେ ନିଜ ଟ୍ବିଟର ହ୍ୟାଣ୍ଡେଲରେ ପ୍ରତିକ୍ରିୟା ରଖିଛନ୍ତି ଆରଜେଡି ସୁପ୍ରିମୋ ଲାଲୁ ଯାଦବ । ରାହୁଲଙ୍କ ଏହି ପଦକ୍ଷେପ ଆତ୍ମହତ୍ୟା ସଦୃଶ ବୋଲି ସେ କହିଛନ୍ତି ।

By

Published : May 28, 2019, 2:15 PM IST

ଡିଜାଇନ ଫଟୋ

ନୂଆଦିଲ୍ଲୀ: ଇସ୍ତଫା ଜିଦ୍‌ରେ ଅଟଳ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଅବାଧ୍ୟ ରାହୁଲଙ୍କୁ ମନେଇବା ମୁସ୍କିଲ ହୋଇପଡିଛି । ଏପରି ସମୟରେ ରାହୁଲଙ୍କ ଇସ୍ତାଫା ବାବଦରେ ନିଜ ଟ୍ବିଟର ହ୍ୟାଣ୍ଡଲରେ ପ୍ରତିକ୍ରିୟା ରଖିଛନ୍ତି ଆରଜେଡି ସୁପ୍ରିମୋ ଲାଲୁ ଯାଦବ । ରାହୁଲଙ୍କ ଏହି ପଦକ୍ଷେପ ଆତ୍ମହତ୍ୟା ସଦୃଶ ବୋଲି ସେ କହିଛନ୍ତି । ଏହାସହ ତାଙ୍କ ଇସ୍ତଫା ଫଳରେ ଅନ୍ୟ ସମସ୍ତ ସଂଘ ବିରୋଧୀ ଦଳ ମାନେ ମଧ୍ୟ ଶକ୍ତି ହରାଇବେ ବୋଲି ସେ କହିଛନ୍ତି ।

ଫଟୋ ସୌଜନ୍ୟ: ଟ୍ୱିଟର@Lalu Prasad Yadav

ଲାଲୁ ଆହୁରି କହିଛନ୍ତି ଯଦି ରାହୁଲ ଗାନ୍ଧୀ ଇସ୍ତଫା ଦେଇ ଦେଉଛନ୍ତି ତାହାହେଲେ ସେ ବିଜେପି ବିଛାଇଥିବା ଜାଲରେ ଫସିବା ଭଳି ହେବ । ରାହୁଲଙ୍କ ଇସ୍ତଫା ପରେ ଯଦି ଗାନ୍ଧୀ ପରିବାର ବ୍ୟତୀତ ଆଉ କେହି କଂଗ୍ରେସର ସଭାପତି ହେବ ତେବେ ଏହାକୁ ନେଇ ବିରୋଧୀ ଘେରିବା କଥା କହିଛନ୍ତି ଲାଲୁ । ଅନ୍ୟ କେହି କଂଗ୍ରେସ ଅଧ୍ୟକ୍ଷ ପଦ ସମ୍ଭାଳିଲେ ସେ ସୋନିଆ ଓ ରାହୁଲଙ୍କ ଦ୍ବାରା ପରିଚାଳିତ ବୋଲି ପ୍ରସଙ୍ଗ ଉଠିବ ।

ବିିଜେପି ଓ ଅମିତ ଶାହ ଆଗାମୀ ନିର୍ବାଚନ ପର୍ଯ୍ୟନ୍ତ ଏହାକୁ ମୁଦ୍ଦା କରି ପ୍ରଚାର କରିବେ ବୋଲି ଲାଲୁ କହିଛନ୍ତି । ଏହାକୁ ଆଖି ଆଗରେ ରଖି ବିଜେପିକୁ ଏଭଳି ସୁଯୋଗ ନଦେବା ଉଚିତ ବୋଲି ରାହୁଲଙ୍କୁ ଲାଲୁ ପରାମର୍ଶ ଦେଇଛନ୍ତି।


ଏଠାରେ ସୂଚନାଯୋଗ୍ୟ ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ଲାଲୁ ପ୍ରସାଦ ଯାଦବ ଝାଡଖଣ୍ଡର ବିର୍ସା ମୁଣ୍ଡା ଜେଲରେ ସଜା କାଟୁଛନ୍ତି । ଗତ କିଛି ଦିନ ତଳେ ଆରଜେଡିର ଶୋଚନୀୟ ପରାଜୟ ପରେ ଜେଲରେ ଅନ୍ନଜଳ ସ୍ପର୍ଶ କରିନଥିଲେ ଲାଲୁ । ଏବେ ସ୍ବାଭାବିକ ସ୍ଥିତିକୁ ଆସିବା ପରେ ଏଭଳି ବୟାନ ଦେଇଛନ୍ତି ଲାଲୁ ।

For All Latest Updates

ABOUT THE AUTHOR

...view details