ନୂଆଦିଲ୍ଲୀ: 2005ରେ ତତ୍କାଳୀନ ରେଳ ମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଦ୍ବାରା ଆରମ୍ଭ ହୋଇଥିବା ଗରିବ ରଥ ଏକ୍ସପ୍ରେସ ଏବେ ମେଲ ଏକ୍ସପ୍ରେସ ରୂପରେ ରୁପାନ୍ତରିତ ହେବାକୁ ଯାଉଛି । ଏଥିପାଇଁ କାର୍ଯ୍ୟ ଆରମ୍ଭ ହୋଇ ଯାଇଛି । ଏହିକ୍ରମରେ ସର୍ବପ୍ରଥମେ ପୁର୍ବୋତର ରେଳବାଇରୁ ଚାଲୁଥିବା କାଠଗୋଦାମ-ଜମ୍ମୁ ଏବଂ କାଠଗୋଦାମ-କାନପୁର ସେଣ୍ଟ୍ରାଲ ଗରିବ ରଥକୁ ଜୁଲାଇ 16 ତାରିଖ ପୂର୍ବରୁ ମେଲ ଏକ୍ସପ୍ରେସ ରୂପେ ବଦଳାଇ ଦିଆଯିବ ।
ଏଣିକି ଆଉ ଚାଲିବ ନାହିଁ ଗରିବ ରଥ ! - garib rath train
ବନ୍ଦ ହୋଇଯିବ ଗରିବ ରଥ । ଏହା ବଦଳରେ ଚାଲିବ ମେଲ ଏକ୍ପପ୍ରେସ । ଏଥିଲାଗି ଆରମ୍ଭ ହୋଇଯାଇଛି କାର୍ଯ୍ୟ । ଗରିବ ରଥକୁ ଜୁଲାଇ 16 ତାରିଖ ପୂର୍ବରୁ ମେଲ ଏକ୍ସପ୍ରେସ ରୂପେ ବଦଳାଇ ଦିଆଯିବ ।
ଜୁଲାଇ 16ରୁ ଏହି ରେଳ ଥାର୍ଡ ଏସି, ସେକେଣ୍ଡ ଏସି, ସ୍ଲିପର ଏବଂ ଜେନେରାଲ କୋଚ ଭଳି ଚାଲିବ । ଏଥିଲାଗି ପୂର୍ବୋତର ରେଳବାଇରେ ବର୍ଥ ଏବଂ କୋଟା ଆବଣ୍ଟନର ନିର୍ମାଣ ଆରମ୍ଭ ହୋଇଯାଇଛି । ବର୍ତ୍ତମାନ ଗୋରଖପୁର ମୁଖ୍ୟାଳୟ ଦ୍ବାରା ଏସମ୍ପର୍କରେ ସୂଚନା ଜାରି କରାଯାଇଛି । ପ୍ରକୃତରେ ଗରିବ ରଥର ବଗି ନିର୍ମାଣ ହେବା ବନ୍ଦ ହୋଇଯାଇଛି । ବର୍ତ୍ତମାନ ଯାହା ଅଛି ତାହା ମଧ୍ୟ ବହୁତ ପୁରୁଣା ହୋଇଯାଇଛି । ଏହି ଟ୍ରେନ ପାଇଁ ନୂଆ ବଗି ନିର୍ମାଣ ହେଉ ନାହିଁ । ତେଣୁ ଧିରେ ଧିରେ ଗରିବ ରଥ ଏକ୍ସପ୍ରେସକୁ ମେଲ ଏକ୍ସପ୍ରେସକୁ ବଦଳାଇ ଦିଆଯିବ ।
2005 ମସିହାଠାରୁ ଆଜି ପର୍ଯ୍ୟନ୍ତ ସାରା ଦେଶରେ ବିଭିନ୍ନ ଋଟ୍ରେ 26ଟି ଗରିବ ରଥ ଏକ୍ସପ୍ରେସ ଅଛି । ଏହି ଟ୍ରେନ ପ୍ରତି ଘଣ୍ଟାରେ ସର୍ବାଧିକ 140 କିମି ବେଗରେ ଚାଲିବାର ସକ୍ଷମ ରହିଛି । ଏହି ଟ୍ରେନର ସମସ୍ତ ବଗି ଥାର୍ଡ ଏସି ଭଳି ରହିଛି । ଏହାର ଭଡା ଥାର୍ଡ ଏସି ଠାରୁ ସାମାନ୍ୟ କମ ।