ବେଙ୍ଗାଲୁରୁ: କୋରୋନା ଭାଇରସ କାରଣରୁ ଜନତାଙ୍କ ସେବାରେ ଦିବାରାତ୍ରୀ ଲାଗିପଡିଛନ୍ତି ପୋଲିସକର୍ମୀ ମାନେ । ନିଜ ସହ ସେମାନଙ୍କ ପରିବାର ଲୋକଙ୍କ କଥା ମଧ୍ୟ ବୁଝିବାକୁ ସେମାନଙ୍କ ପାଖରେ ସମୟ ନାହିଁ । ଏହିଭଳି ପରିସ୍ଥିତିରେ କର୍ଣ୍ଣାଟକର ଜଣେ ଡେପୁଟି ସୁପରିଟେଣ୍ଡେଣ୍ଟ ଅଫିସର ତାଙ୍କ ବିବାହ ସ୍ଥଗିତ ରଖିଛନ୍ତି । ଆଉ ଲକଡାଉନ ସମୟରେ ସେ ଡ୍ୟୁଟି ଜାରି ରଖିଛନ୍ତି । ଯାହା ଦ୍ବାରା ଲୋକସଭା ସାଂସଦ ସୁମଲତା ଅମ୍ବାରେଶ ପ୍ରୀତିଙ୍କର ଏପରି ନିଷ୍ପତ୍ତି ଯୋଗୁଁ ତାଙ୍କୁ ପ୍ରଶଂସା କରିଛନ୍ତି ।
କୋରୋନା ପାଇଁ ନିଜ ବିବାହ ସ୍ଥଗିତ ରଖିଲେ ଅତିରିକ୍ତ ଏସପି
କୋରୋନା ସମୟରେ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରି ନିଜ ବାହାଘରକୁ ସ୍ଥଗିତ ରଖିଲେ କର୍ଣ୍ଣାଟକ ମାଲାଭାଲୀରେ ଅତିରିକ୍ତ ଏସପି ଭାବେ ନିଯୁକ୍ତ ଥିବା ଏମ.ଜେ ପ୍ରୁଥ୍ବୀ । ଅଧିକ ପଢନ୍ତୁ...
କୋରୋନା ପାଇଁ ନିଜ ବାହାଘରକୁ ସ୍ଥଗିତ ରଖିଲେ ଡିଓ୍ବାଏସପି ପୃଥ୍ବୀ
ସୂଚନାମୁତାବକ, ମାଣ୍ଡିଆ ଜିଲ୍ଲାର ମାଲାଭାଲୀରେ କାର୍ଯ୍ୟରତ ଥିବା ଏମ.ଜେ ପ୍ରୁଥ୍ବୀଙ୍କ ଏପ୍ରିଲ 15 ତାରିଖରେ ବିବାହ ହେବାର ଥିଲା । ତେଣୁ ସେ ମାର୍ଚ୍ଚ ଶେଷ ସୁଦ୍ଧା ଛୁଟିରେ ଯିବାକୁ ଆବେଦନ କରିଥିଲେ। ତେବେ ମାର୍ଚ୍ଚ 15 ରୁ କୋରୋନା ବ୍ୟାପିବା ପରେ ଦେଶରେ ଲକଡାଉନ ମଧ୍ୟ ଜାରି କରାଗଲା । ସେ ଅନୁଭବ କଲେ ଯେ, ଏହି ସମୟରେ କୌଣସି ପ୍ରକାରର ସମାବେଶ ଉପଯୁକ୍ତ ନୁହେଁ। ଆଉ ମାଲାଭାଲୀରେ ତାଙ୍କର ଉପସ୍ଥିତି ଜରୁରୀ ଥିଲା। ତେଣୁ ସେ ବାହାଘରକୁ ସ୍ଥଗିତ ରଖିଥିବା କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ