ଓଡିଶା

odisha

ETV Bharat / bharat

ସ୍ବାଧୀନତା ଦିବସରେ ଖୁସିରେ ଲୋକଙ୍କ ସହ ନୃତ୍ୟ କରୁଛନ୍ତି ସାଂସଦ ଜାମୟାଙ୍ଗ - new delhi

ପ୍ରଥନ ସ୍ବାଧୀନତା ଦିବସ ପାଳ କରୁଛି ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖ । ଏହି ଅବସରରେ ସ୍ଥାନୀୟ ସାଂସଦ ଜାମୟାଙ୍ଗ ସେରିଙ୍ଗ ନାମଗ୍ୟାଲ ଲୋକଙ୍କ ସହ ନାଚି ମନାଉଛନ୍ତି ଉତ୍ସବ।

ଫଟୋ ସୌଜନ୍ୟ: @MPLadakh

By

Published : Aug 15, 2019, 12:51 PM IST

Updated : Aug 15, 2019, 1:47 PM IST

ନୂଆଦିଲ୍ଲୀ: ଭାରତ ପାଳୁଛି 73 ତମ ସ୍ବାଧୀନତା ଦିବସ । ଏନେଇ ଉତ୍ସବ ମୁଖର ପୁରା ଦେଶ । ତେବେ ଅଞ୍ଚଳ ଲଦାଖ ପାଇଁ ଏହି ଦିବସ ବେଶ ମହତ୍ତ୍ବପୂର୍ଣ୍ଣ ଅଟେ । ଜମ୍ମୁ କଶ୍ମୀରରୁ ଅନୁଚ୍ଛେଦ 370 ହଟିବା ପରେ ଏହାକୁ ଏକ ସ୍ବତନ୍ତ୍ର କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଅନ୍ୟପଟେ ପ୍ରଥମ ସ୍ବାଧୀନତା ଦିବସ ପାଳୁଛନ୍ତି ଲଦାଖବାସୀ ।

ଏହି ଅବସରରେ ଲଦାଖ ସାଂସଦ ଜାମୟାଙ୍ଗ ସେରିଙ୍ଗ ନାମଗ୍ୟାଲ ଲୋକଙ୍କ ସହ ନାଚି ଏହି ଉତ୍ସବ ମନାଉଛନ୍ତି । ଯାହାକୁ ନେଇ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଲେହ ବିମାନ ବନ୍ଦର ବାହାରେ ସାଂସଦ ଲୋକଙ୍କ ସହ ନାଚୁଥିବାର ନଜର ଆସୁଛନ୍ତି । ସେ ନିଜ ଟ୍ବିଟର ଆକାଉଣ୍ଟରେ ମଧ୍ୟ କିଛି ଫଟୋ ସେୟାର କରିଛନ୍ତି। 73ତମ ସ୍ବାଧିନତା ଅବସରରେ ସ୍ଥାନୀୟ ସାଂସଦ ସ୍ବାଧୀନତା ସଂଗ୍ରାମୀ ଏବଂ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ସାଂସଦ ଜାମୟାଙ୍ଗ ଲୋକସଭାରେ କଶ୍ମୀରରେ ଅନୁଚ୍ଛେଦ 370 ହଟିବା ନେଇ ସରାକରଙ୍କ ନିଷ୍ପତ୍ତିକୁ ସ୍ବାଗତ କରିଥିଲେ। ଏ ପ୍ରସଙ୍ଗରେ ନିଜ ମତାମତ ରଖି କହିଥିଲେ ଯେ, ଶେଷରେ ଲଦାଖବାସୀଙ୍କ ଦୁଃଖ ବୁଝିଲେ ସରକାର। ଲୋକସଭାରେ ସେ ଏ ସମ୍ପର୍କରେ ଦେଇଥିବା 17 ମିନିଟର ଭାଷଣ ଦେଶବାସୀଙ୍କ ହୃଦୟ ଜିତିଥିଲା ।

ଭିଡିଓ ସୌଜନ୍ୟ:ଟ୍ବିଟର@ANI

12 ଅଗଷ୍ଟରେ ସେ ତାଙ୍କ ଟ୍ବିଟର ଆକାଉଣ୍ଟରେ ଏକ ଫଟୋ ସେୟାର କରିଥିଲେ ଯେଉଁଥିରେ ଅନୁଚ୍ଛେଦ 370 ହଟିବା ପରେ ସେ ଲେହ ପହଞ୍ଚିଥିଲେ । ଆଉ ତାଙ୍କୁ ସ୍ଥାନୀୟ ଅଧିବାସୀ ସ୍ବାଗତ କରିଥିଲେ । ଆଉ ଜମ୍ମୁ-କଶ୍ମୀର ଠାରୁ ଅଲଗା କରି ଲଦାଖକୁ ସ୍ବତନ୍ତ୍ର କେନ୍ଦ୍ରଶାସିତ ପ୍ରଦେଶରେ ଗଠନ କରିବାର ନିଷ୍ପତ୍ତିରେ ଲୋକେ ଖୁସି ହୋଇ ନାଚିଥିଲେ । ସାଂସଦ ମଧ୍ୟ ହାତରେ ତ୍ରିରଙ୍ଗା ଧରି ତାଙ୍କ ସହ ନାଚି ଖୁସି ବାଣ୍ଟିଥିଲେ।

Last Updated : Aug 15, 2019, 1:47 PM IST

ABOUT THE AUTHOR

...view details