ଓଡିଶା

odisha

ETV Bharat / bharat

ଶ୍ରମ ମନ୍ତ୍ରଣାଳୟର 24 କୋରୋନା ସଂକ୍ରମିତ, ସିଲ୍ ହେବ ସମ୍ପୁର୍ଣ୍ଣ କୋଠା

କୋରୋନା ଭାଇରସ ଶିକାର ହୋଇଛି ଶ୍ରମ ମନ୍ତ୍ରଣାଳୟ । ଶ୍ରମ ମନ୍ତ୍ରଣାଳୟର ମୋଟ 24 ଜଣ କର୍ମଚାରୀ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। କୋରୋନା ରିପୋର୍ଟ ଆସିବା ପରେ ଏହି କୋଠାକୁ ଦୁଇ ଦିନ ପାଇଁ ସମ୍ପୁର୍ଣ୍ଣ ସିଲ୍ କରାଯାଇଛି।

By

Published : Jun 14, 2020, 3:51 AM IST

labour ministry
ଶ୍ରମ ମନ୍ତ୍ରଣାଳୟର 24 କୋରୋନା ସଂକ୍ରମିତ

ନୂଆଦିଲ୍ଲୀ: କୋରୋନା ଭାଇରସ ଶିକାର ହୋଇଛି ଶ୍ରମ ମନ୍ତ୍ରଣାଳୟ । ଶ୍ରମ ମନ୍ତ୍ରଣାଳୟର ମୋଟ 24 ଜଣ କର୍ମଚାରୀ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । କୋରୋନା ରିପୋର୍ଟ ଆସିବା ପରେ ଏହି କୋଠାକୁ ଦୁଇ ଦିନ ପାଇଁ ସମ୍ପୁର୍ଣ୍ଣ ସିଲ୍ କରାଯାଇଛି।

ଶନିବାର ଓ ରବିବାର ଦିନ ଦୁଇ ଦିନ ପାଇଁ ଶ୍ରମ ମନ୍ତ୍ରଣାଳୟ ସମ୍ପୂର୍ଣ୍ଣ ବନ୍ଦ ରହିବ । ଏହି ଅବଧି ମଧ୍ୟରେ ମନ୍ତ୍ରଣାଳୟର କୋଠା ଗୁଡିକୁ ସାନିଟାଇଜ୍ କରାଯିବ । କୋରୋନା ସଂକ୍ରମଣର ସଂସ୍ପର୍ଶରେ ଆସିଥିବା ଅନ୍ୟ କର୍ମଚାରୀଙ୍କ ପରୀକ୍ଷା ଚାଲିଛି। ସଂକ୍ରମିତ ଲୋକଙ୍କ ସମ୍ପର୍କରେ ଥିବା ସମସ୍ତଙ୍କୁ କ୍ବାରେଣ୍ଟାଇନ୍ ରହିବାକୁ କୁହାଯାଇଛି ।

ଶ୍ରମ ଶକ୍ତି ଭବନକୁ ମଧ୍ୟ 2 ଦିନ ପାଇଁ ସିଲ୍ କରାଯିବ । ସମସ୍ତ କୋରୋନା ପଜିଟିଭ୍ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା 17 ଜଣ ରୋଗୀ ଅଧିକ ବିପଦ ରହିଛି । ସେମାନଙ୍କୁ 7 ଦିନ କ୍ବାରେଣ୍ଟାଇନରେ ରହିବାକୁ କୁହାଯାଇଥିଲା । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଯଦି ଲକ୍ଷଣ ଦେଖାଯାଏ, ତେବେ ନିଜେ ପରୀକ୍ଷା କରି କାର୍ଯ୍ୟାଳୟକୁ ଜଣାନ୍ତୁ । ଏହାସହ କର୍ମଚାରୀଙ୍କୁ ୱାର୍କ ଫ୍ରମ ହୋମର ସୁବିଧା ମଧ୍ୟ ଦିଆଯାଇଛି ।

ଦିଲ୍ଲୀରେ କୋରୋନା ସଂକ୍ରମଣ ମାମଲା 36 ହଜାର 824ରେ ପହଞ୍ଚିଲାଣି । ଅନ୍ୟପକ୍ଷେ ଆକ୍ଟିଭ୍ ମାମଲା 22 ହଜାର 212 ଥିବା ବେଳେ ମୃତ୍ୟୁ ସଂଖ୍ୟା 1 ହଜାର 214ରେ ପହଞ୍ଚିଛି ।

ABOUT THE AUTHOR

...view details