ଓଡିଶା

odisha

ETV Bharat / bharat

ସମସ୍ତ ଟିକେଟ ବୁକିଂ ବାତିଲ କଲା କର୍ଣ୍ଣାଟକ ସଡକ ପରିବହନ ନିଗମ

କର୍ଣ୍ଣାଟକ ରାଜ୍ୟ ସଡକ ପରିବହନ ନିଗମ (KSRTC) ଅନିର୍ଦ୍ଦିଷ୍ଟ କାଳ ପାଇଁ ସମସ୍ତ ଟିକେଟ ବୁକିଂ ବାତିଲ କରିଛି । ଏହାକୁ ତୁରନ୍ତ ଲାଗୁ କରିବାକୁ କେଏସଆରଟିସି ନିର୍ଦ୍ଦେଶାନାମା ଜାରି କରିଛି । ଅଧିକ ପଢନ୍ତୁ...

KSRTC decieded to stop All the bookings with immediate effect for an indefinite period
ସମସ୍ତ ଟିକେଟ ବୁକିଂ ବାତିଲ କଲା କର୍ଣ୍ଣାଟକ ସଡକ ପରିବହନ ନିଗମ

By

Published : Apr 12, 2020, 12:16 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜ୍ୟ ସଡକ ପରିବହନ ନିଗମ (KSRTC) ଅନିର୍ଦ୍ଦିଷ୍ଟ କାଳ ପାଇଁ ସମସ୍ତ ଟିକେଟ ବୁକିଂ ବାତିଲ କରିଛି । ଏହାକୁ ତୁରନ୍ତ ଲାଗୁ କରିବାକୁ କେଏସଆରଟିସି ନିର୍ଦ୍ଦେଶାନାମା ଜାରି କରିଛି । ପୂର୍ବରୁ କରାଯାଇଥିବା ସମସ୍ତ ଟିକେଟ ବାତିଲ କରାଯିବା ସହ ଫେରସ୍ତ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ନେଇ କେଏସଆରଟିସି ପକ୍ଷରୁ ସୂଚନା ଦେଇଛନ୍ତି । ପରବର୍ତ୍ତୀ ନିର୍ଦ୍ଦେଶାନାମା ଜାରି ପର୍ଯ୍ୟନ୍ତ ବୁକିଂ ବାତିଲ କରିଥିବା କେଏସଆରଟିସି ଜନ ସଂପର୍କ ଅଧିକାରୀ ଲତା ଟିଏସ ସୂଚନା ଦେଇଛନ୍ତି ।

ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ଦୁରାପ୍ପା ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । କର୍ଣ୍ଣାଟକରେ ବର୍ତ୍ତମାନ ସୁଦ୍ଧା 214 ଜଣ ଲୋକ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି 37 ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟପକ୍ଷରେ 6 ଜଣଙ୍କର ମୃତ୍ୟୁ ହୋଇଥିବା ନେଇ କର୍ଣ୍ଣାଟକ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

@ANI

For All Latest Updates

ABOUT THE AUTHOR

...view details