ଚଣ୍ଡିଗଡ଼: ଗୁରୁଗ୍ରାମର ଏକ ସୋସାଇଟି ବାସିନ୍ଦା କରୋନା ଭାଇରସକୁ ଭୟ କରି ଜଣେ ବ୍ୟକ୍ତିଙ୍କ ଚାରି ମହଲାରେ ତାଲା ପକାଇ ଦେଇଛନ୍ତି । ମଙ୍ଗଳବାର ଦିନ ଏହି ମହଲାର ଜଣେ ବ୍ୟକ୍ତି ଭିଷଣ ଜ୍ବରରେ ପୀଡିତ ଥିଲେ । ସେ ନିଜକୁ ବିଗତ 4 ଦିନ ଧରି ଗୃହବନ୍ଦୀ କରି ରଖିଥିଲେ । ହେଲେ ସେ ହଠାତ ଆଜି ଘରୁ ବାହାରି ତଳକୁ ଆସିଥିଲେ । ଏହା ଦେଖି ସୋସାଇଟି ଲୋକେ ତାଙ୍କ ଘରକୁ ସିଲ କରିବାର ନିଷ୍ପତ୍ତି ନେଇଥିଲେ ।
ଜ୍ବରରେ ପୀଡିତ ବ୍ୟକ୍ତି ପାଞ୍ଚ ଦିନ ଧରି ଟାଇଫଏଡ ରୋଗରେ ଚିକିତ୍ସିତ ହେଉଥିଲେ । ତାଙ୍କୁ ବର୍ତ୍ତମାନ ଫୋର୍ଟିସ୍ ହେଲଥ କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଯେଉଁଠାରେ ସେ କୋରୋନା ଭାଇରସ୍ ପାଇଁ ଚିକିତ୍ସିତ ହେଉଛନ୍ତି । ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ଯେ ଅସୁସ୍ଥବ୍ୟକ୍ତି ତାଙ୍କ ବିଦେଶ ଯାତ୍ରା ବିଷୟରେ ଆରଡବ୍ଲୁଏ ଏବଂ ସୋସାଇଟିର ପରିଚାଳନାକୁ ଜଣାଇ ନଥିଲେ ଏବଂ ନିଜକୁ ଘରେ ବନ୍ଦୀ କରି ରଖିଥିଲେ । ଏବେ ସେହି ବ୍ୟକ୍ତିଙ୍କ ଦାୟିତ୍ବହୀନତା ପଡ଼ୋଶୀମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି |