ଓଡିଶା

odisha

ETV Bharat / bharat

ଲୋକସଭା ବାଚସ୍ପତି ହେବେ ଓମ୍ ବିର୍ଲା!

ଚଳିତ ସପ୍ତଦଶ ଲୋକସଭାର ବାଚସ୍ପତି ଭାବେ ଶାସକ ଏନଡିଏ ମେଣ୍ଟରୁ ରାଜସ୍ଥାନ କୋଟା ଲୋକସଭା ଆସନର ସାଂସଦ ଓମ ବିର୍ଲାଙ୍କ ନାଁ ଚର୍ଚ୍ଚାରେ ରହିଛି। ଏ ପ୍ରସଙ୍ଗରେ ଏନଡିଏ ପକ୍ଷରୁ ଔପଚାରିକ ଭାବେ କୌଣସି ଘୋଷଣା କରାଯାଇନାହିଁ।

ଫଟୋ ସୌଜନ୍ୟ: ଟ୍ୱିଟର@ombirlakota

By

Published : Jun 18, 2019, 10:37 AM IST

ନୂଆଦିଲ୍ଲୀ: ଚଳିତ ସପ୍ତଦଶ ଲୋକସଭାର ବାଚସ୍ପତି ଭାବେ କାର୍ଯ୍ୟଭାର ଗ୍ରହଣ କରିପାରନ୍ତି ଓମ୍ ବିର୍ଲା। ଯିଏକି ରାଜସ୍ଥାନର କୋଟା ସଂସଦୀୟ ଆସନରୁ କ୍ରମାଗତ ଭାବେ ଦ୍ୱିତୀୟ ଥର ପାଇଁ ସଂସଦକୁ ନିର୍ବାଚିତ ହୋଇଛନ୍ତି। ପ୍ରଥମେ ସେ 2014ରେ ଅନୁଷ୍ଠିତ ହୋଇଥିବା ଷୋଡଶ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରି ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।

ଲୋକସଭାକୁ ଛାଡି ବିଧାନସଭାକୁ ମଧ୍ୟ ନିର୍ବାଚିତ ହୋଇଛନ୍ତି। 2003, 2008 ଏବଂ 2013ରେ ଅନୁଷ୍ଠିତ ହୋଇଥିବା ରାଜସ୍ଥାନ ବିଧାନସଭା ନିର୍ବାଚନରେ ଏହି ରାଜ୍ୟର ଦକ୍ଷିଣ କୋଟା ଆସନରୁ ଲଗାତାର 3ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ବର୍ତ୍ତମାନ ମଧ୍ୟପ୍ରଦେଶର ଟିକମଗଡ ଲୋକସଭା ଆସନର ସାଂସଦ ଥିବା ବୀରେନ୍ଦ୍ର ଖଟୀକଙ୍କୁ ଲୋକସଭାର ପ୍ରୋଟେମ୍ ସ୍ପିକର ଭାବେ ନିଯୁକ୍ତ କରାଯାଇଛି।

ଲୋକସଭାର ବାଚସ୍ପତି ଭାବେ ମନୋନୀତ କରାଯିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଜଣେ ସାଧାରଣ କାର୍ଯ୍ୟକର୍ତ୍ତା ଭାବେ ମୁଁ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ସାକ୍ଷତ କରିବା ପାଇଁ ଆସିଥିଲି। ବାଚସ୍ପତି ଭାବେ ଏନଡିଏ ମେଣ୍ଟରୁ ମୋତେ ମନୋନୀତ କରାଯିବା ପ୍ରସଙ୍ଗରେ ମୋ ପାଖରେ କୌଣସି ଖବର ନାହିଁ।

ABOUT THE AUTHOR

...view details