ମୋଲଡୋଭା: ପ୍ରଥମେ ଚୀନରୁ ଆରମ୍ଭ ହୋଇ ଏବେ 95ଟି ଦେଶକୁ କାୟା ବିସ୍ତାର କରୁଛି ଏହି କାଳରୂପି କୋରୋନା । ଏହି ମାରାତ୍ମକ ଭାଇରସର ଆତଙ୍କରେ ଏବେ ସାରା ବିଶ୍ବବାସୀ । ଏବେ ମୋଲଡୋଭାରେ ନିଜ ବଂଶ ବିସ୍ତାର ଆରମ୍ଭ କରୁଛି କୋରୋନା ଭାଇରସ ।
ମୋଲଡୋଭାରେ ପ୍ରଥମ କୋରୋନା ପଜେଟିଭ - ଭାରତ ପରେ ଏବେ ମୋଲଡୋଭା
ଭୟଙ୍କର ରୂପ ଧାରଣ କରୁଛି କୋରୋନା ଭାଇରସ। ଭାରତ ପରେ ଏବେ ମୋଲଡୋଭାରେ ନିଜ କାୟା ବିସ୍ତାର କରୁଛି କୋରୋନା । ଅଧିକ ପଢନ୍ତୁ...

ଏହି ମାମଲାରେ ଜଣେ 48 ବର୍ଷୀୟା ମହିଳା ଆକ୍ରାନ୍ତ ହୋଇଛନ୍ତି ବୋଲି ଶନିବାର ମୋଲଡୋଭାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଘୋଷଣା କରିଛି। ମହିଳା ଜଣକ ଶନିବାର ଦିନ ଇଟାଲୀରୁ ବିମାନ ଯୋଗେ ଫେରିଥିଲେ। ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଅଲଗା କରିଡରରେ ଡାକ୍ତରଖାନା ନିଆଯାଇଥିଲା । ସମାନ ଭାଷା ହେତୁ ମୋଲଡୋଭାରୁ ଚାକିରୀ ଖୋଜୁଥିବା ଲୋକଙ୍କ ପାଇଁ ଇଟାଲୀ ହେଉଛି ଏକ ଲୋକପ୍ରିୟ ଗନ୍ତବ୍ୟସ୍ଥଳୀ । ମୋଲଡୋଭାରେ ଆନୁମାନିକ ଜନସଂଖ୍ୟା 5 ଲକ୍ଷ ଥିବାବେଳେ ତାର ଏକ ସପ୍ତାଶଂ ଲୋକ ଇଟାଲୀରେ କାର୍ଯ୍ୟ କରୁଛନ୍ତି। ତେବେ ପରିସ୍ଥିତିର ମୁକାବିଲା ପାଇଁ ମୋଲଡୋଭା ସରକାର ରବିବାର ଏକ ରାଷ୍ଟ୍ରୀୟ ବୈଠକ ଆୟୋଜନ ପାଇଁ ଘୋଷଣା କରିଛନ୍ତି ।
@ANI