କୋଲକାତା: ମୁସଲମାନ ହୋଇ ସିନ୍ଦୁର ଏବଂ ଚୁଡି ପିନ୍ଧିଲେ ବୋଲି ନବନିର୍ବାଚିତ ଟିଏମ୍ସି ସାଂସଦ ତଥା ବଙ୍ଗାଳି ଅଭିନେତ୍ରୀ ନୁସରତ ଜାହାନଙ୍କ ନାଁ ରେ ଫତୱା ଜାରି କରିଥିଲେ ମୁସଲମାନ ଧର୍ମଗୁରୁ । ହେଲେ ଆଜି ତାଙ୍କୁ ହିନ୍ଦୁ ଧର୍ମର ଭଗବାନ ଜଗନ୍ନାଥଙ୍କ ରଥଯାତ୍ରାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ନିମନ୍ତ୍ରଣ ଦେଇଛି ଇସ୍କନ ମନ୍ଦିର । ନୁସରତଙ୍କୁ ରଥଯାତ୍ରାରେ ଯୋଗଦେବା ପାଇଁ ଇଣ୍ଟରନ୍ୟାସନାଲ ସୋସାଇଟି ଫର କ୍ରିଷ୍ଣା କନ୍ସିଅସନେସ୍ (ଇସ୍କନ୍) ପକ୍ଷରୁ ଆମନ୍ତ୍ରିତ କରାଯାଇଛି ।
ରଥ ଟାଣିବେ ନୁସରତ ଜାହାନ - nusrat-jahan
ରଥଯାତ୍ରାରେ ମୁଖ୍ୟ ଅତିଥି ହେବେ ନୁସରତ । ରଥଯାତ୍ରାରେ ଯୋଗଦେବା ପାଇଁ କୋଲକାତା ଇସ୍କନ ମନ୍ଦିର ପକ୍ଷରୁ ତାଙ୍କୁ ନିମନ୍ତ୍ରଣ କରାଯାଇଛି।
ନୁସରତ୍ଙ୍କ ବିଚାରଧାରା ଇସ୍କନ୍ ବିଚାରଧାରା ସହ ମିଶୁଥିବାରୁ ତାଙ୍କୁ ସ୍ୱତନ୍ତ୍ର ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିବା ଇସ୍କନ୍ ପକ୍ଷରୁ ସୂଚନା ଦିଆଯାଇଛି । ସେ ସବୁ ଧର୍ମର ଆଦର କରନ୍ତି । ତେଣୁ ଜଣେ ରାଜନେତା ହିସାବରେ ସେ ଅବଶ୍ୟ ଆଜିର ଯୁବପିଢୀଙ୍କୁ ପ୍ରଭାବିତ କରିବେ ବୋଲି ସେମାନେ କହିଛନ୍ତି । ସେପଟେ ନୁସରତ ମଧ୍ୟ ଏହି ନିମନ୍ତ୍ରଣକୁ ସ୍ବୀକାର କରିଛନ୍ତି ।
ସୂଚନା ଯୋଗ୍ୟ ଯେ, ଚଳିତ ବର୍ଷ ପଶ୍ଚମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ନୁସରତ ଜାହାନ କୋଲକାତା ଇସ୍କନ୍ର ରଥଯାତ୍ରାରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ । ଜୁଲାଇ 4 ତାରିଖରେ ପାଳିତ ହେବାକୁ ଥିବା ଏହି ରଥଯାତ୍ରାର ଉଦ୍ଘାଟନ ମମତା ବାନାର୍ଜୀ କରିବେ।