କୋଲକାତା: କୋଲକାତା ଏକ ଟ୍ରାମ ଲାଇବ୍ରେରୀ ପାଇବାକୁ ପ୍ରସ୍ତୁତ ବୋଲି ବୁଧବାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ପଶ୍ଚିମବଙ୍ଗ ପରିବହନ ନିଗମ (ଡବ୍ଲୁବିଟିସି) ପରିଚାଳନା ନିର୍ଦ୍ଦେଶକ ରାଜନବୀର ସିଂ କପୁର କହିଛନ୍ତି, ବିଭିନ୍ନ ଶିକ୍ଷାନୁଷ୍ଠାନରୁ ପାଠକଙ୍କୁ ଆକର୍ଷିତ କରିବା ପାଇଁ ସ୍ବତନ୍ତ୍ର ଡିଜାଇନ ହୋଇଥିବା ଟ୍ରାମ ଲାଇବ୍ରେରୀରେ ସିଭିଲ ସର୍ଭିସ, ଡବ୍ଲୁବିସିଏସ, ଜିଆରଇ କିମ୍ବା ଜିଏମଏଟି ଭଳି ପୁସ୍ତକ ଏବଂ ପତ୍ରିକା ରହିବ।
ଗୁରୁବାର ଦିନ ଉଦଘାଟିତ ହେବାକୁ ଥିବା ଏହି ଟ୍ରାମ ଲାଇବ୍ରେରୀ ଶ୍ୟାମବଜାର ଏବଂ ଏସପ୍ଲାନେଡ ମଧ୍ୟରେ ନିୟମିତ ଯାତ୍ରା କରିବ । କୋଲକାତା ବିଶ୍ୱବିଦ୍ୟାଳୟ ଏବଂ ପ୍ରେସିଡେନ୍ସି ୟୁନିଭରସିଟି, ସ୍କଟିସ୍ ଚର୍ଚ୍ଚ କଲେଜ, ହିନ୍ଦୁ ସ୍କୁଲ , ହାରେ ସ୍କୁଲ ଏବଂ କଲିକତା ବାଳିକା ବିଦ୍ୟାଳୟ ସମେତ ଏହି ମାର୍ଗରେ ଅତି କମରେ 30 ଟି ଶିକ୍ଷାନୁଷ୍ଠାନ ଅଛି।