ଓଡିଶା

odisha

ETV Bharat / bharat

ଆଜି ଦେଶବ୍ୟାପୀ ଜୁନିୟର ଡାକ୍ତର ସଂଘର ପ୍ରତିବାଦ

ପଶ୍ଚିମବଙ୍ଗରେ ବଢୁଥିବା ଜୁନିୟର ଡାକ୍ତର ସଂଘର ପ୍ରତିବାଦକୁ ସମର୍ଥନ ଜଣାଇଛି ଦେଶବ୍ୟାପୀ ବନ୍ଦ ଡାକରା ଦେଇଛନ୍ତି ଅଖିଳ ଭାରତ ଚିକିତ୍ସକ ସଂଘ ।

By

Published : Jun 14, 2019, 9:03 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ହିଂସା ସହ ବଢୁଛି ପ୍ରତିବାଦ । ସରକାରୀ ହସ୍ପିଟାଲରେ ଡାକ୍ତରଙ୍କ ସୁରକ୍ଷା ନେଇ ଆନ୍ଦୋଳନ କରୁଛନ୍ତି ଜୁନିୟର ସଂଘ । ଅଖିଳ ଭାରତ ଚିକିତ୍ସକ ସଂଘ ପକ୍ଷରୁ ଆଜି(ଶୁକ୍ରବାର) ଦେଶବ୍ୟାପୀ ବନ୍ଦ ଡାକରା ଦିଆଯାଇଛି ।

ଗତକାଲି(ଗୁରୁବାର) ଡାକ୍ତର ସଂଘ ପ୍ରତିବାଦ କରିଥିବା ବେଳେ ଦାବି ପୂରଣ ନହେବା ଯାଏ, ଆନ୍ଦୋଳନରୁ ହଟିବେ ନାହିଁ ବୋଲି କହିଛନ୍ତି । ଏପରିକି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ଦ୍ଧାରିତ ସମୟକୁ ଟାଳିଛନ୍ତି ଆନ୍ଦୋଳନକାରୀ ।

ଗତ 3ଦିନ ଧରି ଡାକ୍ତର ସଂଘ ଆନ୍ଦୋଳନ କରୁଥିବା ବେଳେ ବିଜେପି ଓ ସିପିଏମ ଦଳ ଡାକ୍ତରମାନଙ୍କୁ ଉତ୍ତେଜିତ କରୁଥିବା ନେଇ ଅଭିଯୋଗ କରିଛନ୍ତି ମମତା ବାନାର୍ଜୀ ।

ABOUT THE AUTHOR

...view details