ନୂଆଦିଲ୍ଲୀ: ନିକଟରେ ଦିଲ୍ଲୀ ସିଏମ ଅରବିନ୍ଦ କେଜରିୱାଲ ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବଡ ଘୋଷଣା କରିଥିଲେ । ମେଟ୍ରୋ ଓ ଡିଟିସି ବସରେ ମହିଳାମାନେ ମାଗଣାରେ ଯାତ୍ରା କରିପାରିବେ । ତେବେ ଏହି ନିଷ୍ପତ୍ତି ଉପରେ କେନ୍ଦ୍ର ମୋହର ଲଗାଇବା ପରେ ଏହା କାର୍ଯ୍ୟକାରୀ ହେବାକୁ ଥିବାବେଳେ, ଏହା ଉପରେ ନିଜ ବୟାନ ରଖିଛନ୍ତି ଦିଲ୍ଲୀ ପରିବହନ ମନ୍ତ୍ରୀ କୈଳାଶ ଗେହଲଟ ।
ଦିଲ୍ଲୀ ସରକାର ମହିଳାଙ୍କ ପାଇଁ ଏହି ଯୋଜନା ଅତି ଶୀଘ୍ର ଲାଗୁ କରିବାକୁ ଚାହୁଁଛନ୍ତି । ତେବେ ଅନେକ ଲୋକ ଅଛନ୍ତି ଏହି ଯୋଜନାର ସଫଳତାକୁ ନେଇ ପ୍ରଶ୍ନ ଉଠାଉଛନ୍ତି । ସେମାନଙ୍କର କହିବାନୂଯାୟୀ, ଦିଲ୍ଲୀ ମେଟ୍ରୋରେ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କର ସମାନ ଭାଗିଦାରୀ ଅଛି । ସେଥିପାଇଁ ଏହି ଯୋଜନା ଲାଗୁ କରିବା ପୂର୍ବରୁ କେନ୍ଦ୍ର ଠାରୁ ଅନୁମତି ନେବା ସହ ସୂଚନା ଦେବାକୁ ପଡିବ । କିନ୍ତୁ ଗେହଲଟ କହିଛନ୍ତି ଯେ, ମହିଳାଙ୍କ ମାଗଣା ଟ୍ରେନ ଯାତ୍ରା କରିବାର ସୁବିଧା ଦିଲ୍ଲୀ ସିଏମଙ୍କ ସବସିଡି ଯୋଜନା । ଏନେଇ କେନ୍ଦ୍ରର ଅନୁମତି ନେବା କୌଣସି ଆବଶ୍ୟକତା ନାହିଁ ।