ଓଡିଶା

odisha

ETV Bharat / bharat

ଜାଣନ୍ତୁ, କେମିତି ଥାଏ କୋରୋନାର ଗୋଟିଏ ସପ୍ତାହ... - covid 19

COVID-19 ଜୀବାଣୁ ଦ୍ବାରା ପ୍ରଭାବିତ ବ୍ୟକ୍ତିମାନେ ମଧ୍ୟ ସେମାନଙ୍କର କାହାଣୀ ଏବଂ ସଂଘର୍ଷ ସୋସିଆଲ ମିଡିଆ ଜରିଆରେ ବାଣ୍ଟୁଛନ୍ତି | ନିକଟରେ, ଭାଇଜୋଣ୍ଡାର ଜଣେ ସଂକ୍ରମିତ ମହିଳା ଏହି ରୋଗର ସାପ୍ତାହିକ ଲକ୍ଷଣ ବର୍ଣ୍ଣନା କରିଛନ୍ତି । ଅଧିକ ପଢନ୍ତୁ...

ଜାଣନ୍ତୁ, କେମିତି ଥାଏ କୋରୋନାର ଗୋଟିଏ ସପ୍ତାହ...
ଜାଣନ୍ତୁ, କେମିତି ଥାଏ କୋରୋନାର ଗୋଟିଏ ସପ୍ତାହ...

By

Published : Mar 27, 2020, 5:03 PM IST

ହାଇଦ୍ରାବାଦ: ସମଗ୍ର ବିଶ୍ବରେ କୋରୋନା ଭାଇରସ୍ ମହାମାରୀର ରୂପ ନେଇଛି । ଏହାର ମାମଲା କ୍ରମାଗତ ଭାବରେ ବୃଦ୍ଧି ପାଉଛି । ଏହି ମାରାତ୍ମକ ଜୀବାଣୁ ଆକ୍ରମଣରୁ ନିଜକୁ ଦୂରେଇ ରହିବାକୁ ଲୋକମାନେ ନିଜକୁ କ୍ବାରେନଟାଇନ୍ କରିଛନ୍ତି ।

ଏହା ସହ, COVID-19 ଜୀବାଣୁ ଦ୍ବାରା ପ୍ରଭାବିତ ବ୍ୟକ୍ତିମାନେ ମଧ୍ୟ ସେମାନଙ୍କର କାହାଣୀ ଏବଂ ସଂଘର୍ଷ ସୋସିଆଲ ମିଡିଆ ଜରିଆରେ ବାଣ୍ଟୁଛନ୍ତି | ନିକଟରେ, ଭାଇଜୋଣ୍ଡାର ଜଣେ ମହିଳା, ଯିଏ ଏହି ଜୀବାଣୁ ଦ୍ବାରା ଆକ୍ରାନ୍ତ ବୋଲି ଦାବି କରିଛନ୍ତି । ଏହାର ଲକ୍ଷଣ ଠାରୁ ଆରମ୍ଭ କରି ସଚେତନତା ପର୍ଯ୍ୟନ୍ତ ତାଙ୍କ କାହାଣୀ ସେୟାର କରିଛନ୍ତି । ଆଉ ତାଙ୍କର ଏହି ପଦକ୍ଷେପ ଲୋକମାନଙ୍କୁ ଏହି ମହାମାରୀ ସମୟରେ ଚାପରୁ ମୁକ୍ତି ଦେବାରେ ସାହାଯ୍ୟ କରିଛି ।

ସେ ତାଙ୍କର ସୋସିଆଲ ମିଡିଆ ଆକାଉଣ୍ଟରେ ଏହାର ସୂଚନା ଦେବାସହ ଲେଖିଛନ୍ତି. ମୋର ବୟସ 22 ବର୍ଷ ଏବଂ ମୁଁ COVID-19ରେ ପିଡୀତ । ମୋର ଏହି ପୋଷ୍ଟକୁ ନେଇ ଅନେକ ତର୍କ, ବିତର୍କ ମଧ୍ୟ କରାଯାଉଛି ମାତ୍ର, ମୁଁ ମୋର ଅଭିଜ୍ଞତା ବାଣ୍ଟିବାକୁ ଚାହୁଁଛି । ବିଶେଷକରି ମୁଁ ମୋ ପ୍ରିୟଜନଙ୍କ ସଚେତନତା ଆଣିବାରେ ସାହାଯ୍ୟ କରିବାକୁ ଚାହେଁ । ଏହାସହ ଏପରି ଏକ ମୟରେ କେତେକ ଲୋକଙ୍କୁ ଚାପ ମୁକ୍ତ କରିବା ପାଇଁ ମୁଁ ଏପରି କରିବାକୁ ନିଷ୍ପତ୍ତି ନେଇଛି ।

ଏହି ରୋଗର ପ୍ରାରମ୍ଭିକ ଲକ୍ଷଣ ଦେଖାଯିବା ପରେ ଆମେରିକାର 22 ବର୍ଷୀୟ ବାସିନ୍ଦା ଏନେଇ ଟ୍ବିଟ କରିବା ଆରମ୍ଭ କରିଥିଲେ । ଏଥିପାଇଁ ସେ ଇଣ୍ଟରନେଟରେ ନିଜର ଲକ୍ଷଣ ସମ୍ପର୍କରେ ଗବେଷଣା କଲେ ଏବଂ ଦିନସାରା ବିଶ୍ରାମ ନେବାକୁ ସ୍ଥିର କରିଥିଲେ । ମାତ୍ର ଯେତେବେଳେ ପରିସ୍ଥିତି ଖରାପ ହେଲା ସେବେ ସେ ଡାକ୍ତରଙ୍କୁ ଦେଖା କରିଥିଲେ ।

ପ୍ରଥମ ଦିନ: ଏହା ସାମାନ୍ୟ ଶୁଖିଲା କାଶ ଏବଂ ଗଳା ଟିକିଏ ଯନ୍ତ୍ରଣା ସହିତ ଆରମ୍ଭ ହୋଇଥିଲା । ଏହାସହ ସେହିଦିନ ରାତିରେ ମୁଁ ବହୁତ ଥକି ଯାଇଥିଲି ।

ସାମାନ୍ୟ ଲକ୍ଷଣ ଦେଖାଯିବା ପରେ ଡାକ୍ତରମାନେ ତାଙ୍କୁ କିଛି ଔଷଧ ଦେଇଥିଲେ ଏବଂ ସର୍ବଦା ହାଇଡ୍ରେଟ୍ ରହିବାକୁ ପରାମର୍ଶ ଦେଇଥିଲେ । ମାତ୍ର ଏହାପରେ ସେ ନିଜ ଶରୀରରେ ନୂତନ ଲକ୍ଷଣ ପାଇବା ପରେ, ସେ କୋରୋନା ଭାଇରସ୍ ପାଇଁ ପରୀକ୍ଷା କଲେ ଏବଂ ଫଳାଫଳ ଆସିବା ପର୍ଯ୍ୟନ୍ତ ସେ ନିଜକୁ ଏକ ଘରେ ବନ୍ଦ କରି ରଖିଲେ । ମାତ୍ର ଆଣ୍ଟିବାୟୋଟିକ୍ ଖାଇବା ଦ୍ବାରା ତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିଲା ଏବଂ ସେ ପୁନର୍ବାର ସେ ସାଧାରଣ ଅନୁଭବ କରିଥିଲେ | ଅବଶ୍ୟ, କିଛି ଦିନ ପରେ, ସେ ସକରାତ୍ମକ COVID-19 ପରୀକ୍ଷା କଲେ |

ଦ୍ବିତୀୟ ଦିନ: ମୁଁ ମୋ ମୁଣ୍ଡରେ ଯନ୍ତ୍ରଣା ଅନୁଭବ କଲି । ଏହାସହ ସେଦିନ ରାତିରେ ମୁଁ ଥଣ୍ଡା ଅନୁଭବ କଲି ଏବଂ ସାମାନ୍ୟ ଜ୍ବର ମଧ୍ୟ ହେଲା । ତେବେ ଏସବୁ ମଧ୍ୟରେ ମୁଁ ମୋ ଆଖିରେ ଯନ୍ତ୍ରଣା ପାଇଁ ଖୁବ୍ ଅସହାୟ ଥିଲି । ଯେଉଁ କାରଣରୁ ମୁଁ ଦିନସାରା ଶୋଇ ରହିଥିଲି ।

ତୃତୀୟ ଦିନ: ଖୁବ୍‌ ହାଲିଆ ଅନୁଭବ କରିଥିଲି । ମୁଁ କେବଳ ଶୋଇଥିଲି । ଏହି ସମୟରେ, ମୋର ଲକ୍ଷଣଗୁଡ଼ିକ ହେଲା, ଶୁଖିଲା କାଶ, ମୁଣ୍ଡବିନ୍ଧା, ଜ୍ବର, ଥଣ୍ଡା ଏବଂ ବାନ୍ତି । ମୁଁ ଡାକ୍ତରଙ୍କ ପାଖକୁ ଯିବାକୁ ସ୍ଥିର କଲି ।

ସେଠାରେ ଡାକ୍ତର ମୋତେ କହିଥିଲେ ଯେ ମୋର ବୋଧହୁଏ କେବଳ ସଂକ୍ରମଣ ଅଛି ତେଣୁ ସେ ମୋତେ ମୋତେ ଆଣ୍ଟିବାୟୋଟିକ୍ ନେବା ପାଇଁ ନିର୍ଦେଶ ଦେଇଛନ୍ତି ।

ଚତୁର୍ଥ ଦିନ: ଶେଷରେ ଆଉ ଜ୍ବର ନଥିଲା ମାତ୍ର ଏକ ନୂତନ ଲକ୍ଷଣ ଦେଖାଗଲା । ଆଉ ତାହାଥିଲା ନିଶ୍ବାସ ପ୍ରଶ୍ବାସ ନେବାରେ ସମସ୍ୟା । ଏହା ଅସହଜ ଥିଲା । ମୋ ଛାତିରେ ଇଟା ଥିବା ଭଳି ମନେ ହେଉଥିଲା ।

ପଞ୍ଚମ ଦିନ: ଗଳା ଯନ୍ତ୍ରଣା, କାଶ, ନିଶ୍ବାସ ପ୍ରଶ୍ବାସରେ ସମସ୍ୟା | ମୁଁ ସେହି ଡାକ୍ତରଙ୍କ ପାଖକୁ ଗଲି ଏବଂ ପରୀକ୍ଷା କରିବାକୁ କହିଥିଲି । ଏହାପରେ ଡାକ୍ତର ମୋତେ 5ରୁ 6 ଦିନ କ୍ବାରେନଟାଇନରେ ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଷଷ୍ଠ ଦିନ: ଆଣ୍ଟିବାୟୋଟିକ କ୍ରମାଗତ ବ୍ୟବହାର ସହିତ ମୋର ଲକ୍ଷଣଗୁଡ଼ିକ ଥିଲା, ଗଳା ଯନ୍ତ୍ରଣା, କାଶ, ନିଶ୍ବାସ ପ୍ରଶ୍ବାସରେ ସମସ୍ୟା ।

ସପ୍ତମ ଦିନ: ଲକ୍ଷଣ, ଗଳା ସାମାନ୍ୟ ଯନ୍ତ୍ରଣା, ସାମାନ୍ୟ କାଶ, ନିଶ୍ବାସ ପ୍ରଶ୍ବାସରେ ସମସ୍ୟା । ଏହାସହ ମୁଁ ଖୁବ୍ ହାଲିଆ ଅନୁଭବ କରୁଥିଲି ।

ଅଷ୍ଟମ ଦିନ: ଲକ୍ଷଣ ଥିଲା, ସାମାନ୍ୟ କାଶ ସହିତ ଶରୀରରେ ଯନ୍ତ୍ରଣା ।

ନବମ ଦିନ: ଖୁବ୍ ଜୋରରେ କାଶ ଏବଂ ଶରୀରର ମାଂସପେଶୀରେ ଯନ୍ତ୍ରଣା । ଏହାସହ ମୁଁ ଖୁବ୍ ହାଲିଆ ମଧ୍ୟ ଅନୁଭବ କରିଥିଲି ।

ଏହା ମଧ୍ୟରେ ତାଙ୍କର ରିପୋର୍ଟ ମଧ୍ୟ ପଡେଟିଭ୍ ଆସିଥିଲେ । ତେବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ରହିଛି ।

ABOUT THE AUTHOR

...view details