ନୂଆଦିଲ୍ଲୀ: ଆଗକୁ ସାଧାରଣ ନିର୍ବାଚନ। ନିର୍ବାଚନ ସମ୍ପର୍କିତ ଖବର ଆପଣ ପ୍ରତ୍ୟେକ ଦିନ ଦେଖୁଥିବେ ବା ଶୁଣୁଥିବେ। କିନ୍ତୁ ଦେଶରେ ମୋଟ୍ କେତୋଟି ପଞ୍ଜିକୃତ ଦଳ ଅଛି ଆପଣ ଜାଣିଛନ୍ତି କି ? ତେବେ ନିକଟରେ ନିର୍ବାଚନ ଦେଶରେ କେତୋଟି ରାଜନୈତିକ ଦଳ ଅଛି ତାହାକୁ ନେଇ ଏକ ତଥ୍ୟ ପ୍ରକାଶ ପାଇଛି। ଏଥିରେ ଦେଶରେ ପ୍ରାୟ 2300 ଦଳ ଥିବା କୁହାଯାଇଛି। ଏହା ଠାରୁ ଆହୁରି ଆଶ୍ଚର୍ଯ୍ୟ କଥା ହେଉଛି ଦଳ ମାନଙ୍କର ନାମ। ଦଳ ମାନଙ୍କର ନାଁ ଏପରି ଅଛି ଯେ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ।
ଆପଣ ଆମ ଆଦମି ପାର୍ଟି ନାଁ ଶୁଣିଥିବେ କେବେ ଅଜ୍ଞାନ ଆଦାମି ପାର୍ଟି ଶୁଣିଛନ୍ତି କି ? କିନ୍ତୁ ଏହି ନାମରେ ଏକ ଦଳ ରହିଛି। ହୁଏତ ବହୁତ କମ୍ ଲୋକେ ଏହି ନାମ ଶୁଣିଥିବେ। ନିର୍ବାଚନ ଆୟୋଗ ରାଜନୈତିକ ଦଳର ନୂତନ ପାର୍ଟିର ନାମ ତଥ୍ୟ ପ୍ରକାଶ କରିଛି। ଏହି ତଥ୍ୟ ମୁତାବକ, ଦେଶରେ 2300 ରାଜନୈତିକ ଦଳ ରହିଛି । ଏଥିରୁ 7ଟି ଜାତୀୟ ଓ 59ଟି ଆଞ୍ଚଳିକ ଦଳକୁ ମାନ୍ୟତା ପ୍ରଦାନ କରାଯାଇଛି ।