ଆରମ୍ଭ ହୋଇଛି ବିଶ୍ବର ସର୍ବବୃହତ ଗଣତନ୍ତ୍ର ଦେଶରେ ଭୋଟ ଗ୍ରହଣ । ଚଳିତବର୍ଷ ଲୋକସଭା ନିର୍ବାଚନ ପାଇଁ ଗୁରୁବାର ମତଦାନ ଆରମ୍ଭ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ଦେଶର ୨୦ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୯୧ଟି ଆସନରେ ଏହି ନିର୍ବାଚନ ହେଉଛି । ଆଜି ସକାଳ ୭ଟାରୁ ଭୋଠଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ଯାଏଁ ଜାରି ରହିବ । ତେବେ ଭାରତର ଜଣେ ସଚେତନ ନାଗରିକ ହିସାବରେ ଭୋଟ ଦେଇ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ବାଛିବାର ଅଧିକାର ରହିଛି । ସେ ସମ୍ପର୍କରେ କିଛି ଅଧିକ ଜାଣନ୍ତୁ...
ଭାରତରେ ଜଣେ 18 ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି ବିଶେଷ ହିଁ ଭୋଟ ଦେବାର ଅଧିକାର ଅଛି । ନିଜ ନାମ ଭୋଟର ଲିଷ୍ଟରେ ଉଠିବା ପରେ ଜଣେ ଭୋଟର ମତଦାନ କରିପାରିବେ ।
କିଭଳି ଥାଏ ବ୍ୟବସ୍ଥା:
- ବୁଥରେ ଥିବା ପୋଲିଂ ଟିମ ମତଦାତାଙ୍କ ଭୋଟର ଲିଷ୍ଟ ଏବଂ ପ୍ରମାଣ ରୂପେ ଆଇଡି ପତ୍ର ଦେଖିଥାନ୍ତି।
- ଭାରତରେ ମତଦାନ ପରେ ମତଦାତାଙ୍କ ଅଙ୍ଗୁଠିରେ ନୀଳ ଶ୍ୟାହୀ ଲଗାଇ ଏକ ସ୍ଲିପ ଦିଆଯାଏ। ଏହାପରେ ରେଜିଷ୍ଟରରେ ଭୋଟରଙ୍କ ଦସ୍ତଖତ ନିଆଯାଏ ।
- ଏହି ସ୍ଲିପକୁ ଭୋଟର ତୃତୀୟ ପୋଲିଂରେ ଜମା କରି ଅଙ୍ଗୁଠିରେ ନୀଳ ଶ୍ୟାହୀକୁ ଦେଖାଇବେ ।
- ଏହାପରେ ଭୋଟର ପୋଲିଙ୍ଗ ବୁଥକୁ ଯାଇ ଇଭିଏମ ମେସିନର ଥିବା ନିଜ ମନ ପସନ୍ଦର ଦଳିୟ ଚିହ୍ନରେ ଭୋଟ ଦେଇ ବଟନକୁ ପ୍ରେସ କରିବେ। ଏହାପରେ ସାଉଣ୍ଡ ବାହାରିବ ।
- ଏହାବାଦ ଭିଭିପାଟ ମେସିନରେ ଥିବା ଉପରୋକ୍ତ କୌଣସି ଦଳର ପ୍ରର୍ଥୀଙ୍କୁ ଦେବାକୁ ଚାହୁଁ ନଥିଲେ ଆପଣ NOTA(Non of the Avove)ଉପରେ ମଧ୍ୟ ଦେଇ ପାରିବେ ।
- ଭୋଟ ଦେବାକୁ ଯାଉଥିବା ବେଳେ ପୋଲିଂ ବୁଥକୁ ଆପଣଙ୍କ ମୋବାଇଲଫୋନ, କ୍ୟାମେରା ଏବଂ କୌଣସି ଗ୍ୟାଜେଟ ଭିତରକୁ ନେଇପାରିବେ ନାହିଁ ।