ଓଡିଶା

odisha

ETV Bharat / bharat

ସରକାରଙ୍କ ଦୈନିକ ଗତିବିଧିରେ ଦଖଲ ଦେଇପାରିବେ ନାହିଁ କିରଣ ବେଦୀ

ପୁଡୁଚେରୀ ଉପ ରାଜ୍ୟପାଳ କିରଣ ବେଦୀଙ୍କୁ ମଡ୍ରାସ ହାଇକୋର୍ଟର ଝଟକା । କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀର ଦୈନିକ ଗତିବିଧିରେ ଦଖଲ ଦେଇପାରିବେ ନାହିଁ କିରଣ ।

By

Published : May 1, 2019, 4:41 AM IST

ଫାଇଲ ଫଟୋ

ପୁଡୁଚେରୀ: ପୁଡୁଚେରୀର ଉପ ରାଜ୍ୟପାଳ କିରଣ ବେଦୀଙ୍କୁ ମଡ୍ରାସ ହାଇକୋର୍ଟର ଝଟକା । କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀର ଦୈନିକ ଗତିବିଧିରେ ଦଖଲ ଦେବାର ଅଧିକାର କିରନ ବେଦୀଙ୍କ ପାଖରେ ନାହିଁ ବୋଲି କୋର୍ଟ କହିଛନ୍ତି । ଏହା ସହିତ ଫାଇଲର ଯାଞ୍ଚ ଏବଂ ଅଧିକାରୀଙ୍କୁ ଆଦେଶ ଦେବାର କ୍ଷମତା ମଧ୍ୟ କିରନଙ୍କ ପାଖରେ ନଥିବା କୋର୍ଟ କହିଛନ୍ତି ।

କଂଗ୍ରେସ ସରକାର ଏବଂ କିରଣ ବେଦୀଙ୍କ ମଧ୍ୟରେ ଦୀର୍ଘଦିନରୁ ବିବାଦ ଚାଲିଥିଲା । ମୁଖ୍ୟମନ୍ତ୍ରୀ ନାରାୟଣ ସ୍ବାମୀ ଏବଂ କିରନଙ୍କ ମଧ୍ୟରେ ଉପୁଜିଥିବା ଏହି ବିବାଦ ଏତେ ମାତ୍ରାରେ ବଢି ଯାଇଥିଲା ଯେ, ମୁଖ୍ୟମନ୍ତ୍ରୀ ଉପ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଶେଷରେ ଏହି ମାମଲା କୋର୍ଟରେ ପହଞ୍ଚିଥିଲା । ଯାହାର ଶୁଣାଣି କରି କୋର୍ଟ ଏହି ରାୟ ଦେଇଛନ୍ତି ।

କିରଣ ବେଦୀ ସରକାରୀ ଫାଇଲ ଆଗକୁ ବଢିବାକୁ ଦେଉନଥିବା ଅଭିଯୋଗ କରିଥିଲେ ନାରାୟଣ ସ୍ବାମୀ । ଏହା ବ୍ୟତିତ ସେ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟରେ ହସ୍ତକ୍ଷେପ କରୁଥିବା ଅଭିଯୋଗ ଆଣିଥିଲେ ।

ABOUT THE AUTHOR

...view details