ଓଡିଶା

odisha

ETV Bharat / bharat

ଅଭାବରେ ଆଥଲେଟ, ସାହାଯ୍ୟ କଲେ କ୍ରୀଡା ମନ୍ତ୍ରୀ

କେନ୍ଦ୍ର କ୍ରୀଡା ମନ୍ତ୍ରୀଙ୍କ ପ୍ରଶଂସନୀୟ ପଦକ୍ଷେପ । ଗୋରଖପୁର ବାସିନ୍ଦା ବକ୍ସିଂ ଖେଳାଳି ସୁନୀଲ ଏବଂ ତାଙ୍କ ଭାଇ ନୀରଜ ତୀରନ୍ଦାଜୀ ଖେଳାଳିଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ...

ଆର୍ଥିକ ଅଭାବରେ ଆଥଲେଟ: ସାହାର୍ଯ୍ୟ କଲେ କ୍ରୀଡା ମନ୍ତ୍ରୀ
ଆର୍ଥିକ ଅଭାବରେ ଆଥଲେଟ: ସାହାର୍ଯ୍ୟ କଲେ କ୍ରୀଡା ମନ୍ତ୍ରୀ

By

Published : Oct 7, 2020, 2:44 PM IST

ଲକ୍ଷ୍ନୌ: ସାରା ବିଶ୍ବରେ କୋରୋନା ମହାମାରୀ ତାର ତାଣ୍ଡବ ରଚିଥିବାବେଳେ, ଏଥିରେ ଅନେକ ଧନଜୀବନ ହାନି ହୋଇଛି । ତେବେ ଏହି ସମୟରେ ଉତ୍ତରପ୍ରଦେଶ ଗୋରଖପୁରରେ ରହୁଥିବା ଦୁଇ ଜଣ ଖେଳାଳି ପିତାଙ୍କ ଚାକିରୀ ଚାଲିଯିବା ପରେ ପରିବା ବିକ୍ରି କରିବାକୁ ବାଧ୍ୟ ହୋଇଥିଲେ। ଏସମ୍ପର୍କରେ ଖବରପାଇ ମନ୍ତ୍ରାଳୟ ପକ୍ଷରୁ ଦୁଇ ଭାଇଙ୍କୁ ସହାୟତା ପ୍ରଦାନ କରାଯାଇଛି। କ୍ରୀଡା ମନ୍ତ୍ରୀ କିରଣ ରିଜିଜୁ ଉଭୟଙ୍କୁ ପାଞ୍ଚ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଛନ୍ତି ।

ଆର୍ଥିକ ଅଭାବରେ ଆଥଲେଟ: ସାହାର୍ଯ୍ୟ କଲେ କ୍ରୀଡା ମନ୍ତ୍ରୀ

ମୂଳତଃ ଗୋରଖପୁରର ବାସିନ୍ଦା ବକ୍ସିଂ ଖେଳାଳି ସୁନୀଲ ଏବଂ ତାଙ୍କ ଭାଇ ନୀରଜ ତୀରନ୍ଦାଜୀର ଖେଳାଳି ଅଟନ୍ତି । ତାଙ୍କ ପିତା ମିରଟର କୈଳାଶ ପ୍ରକାଶ ସ୍ପୋର୍ଟସ ଷ୍ଟାଡିୟମରେ କ୍ୟାଣ୍ଟିନ ଚଳାଉଥିଲେ, କିନ୍ତୁ କୋରୋନା ଯୁଗରେ ଷ୍ଟାଡିୟମ ବନ୍ଦ ହେବା ପରେ ତାଙ୍କ ପିତା ଚାକିରି ହରାଇଥିଲେ। ଏହା ପରେ ଦୁଇ ଭାଇ ପନିପରିବା ବିକ୍ରି କରି ଘରର ଖର୍ଚ୍ଚ ତୁଲାଇବାକୁ ଚେଷ୍ଟା କରୁଥିଲେ। ଚଳିତ ବର୍ଷ ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ସରେ ସୁନୀଲ ସ୍ବର୍ଣ୍ଣ ପଦକ ଜିତିଥିବାବେଳେ ନୀରଜ ଖେଲୋ ଇଣ୍ଡିଆ ସ୍କୁଲ ଗେମରେ ପଦକ ଜିତିଛନ୍ତି। ସେ ଦୁଇ ବର୍ଷ ପୂର୍ବେ ସିନିୟର ତୀରନ୍ଦାଜ ଚାମ୍ପିଅନସିପରେ ରୌପ୍ୟ ପଦକ ଜିତିଥିଲେ।

କ୍ରୀଡା ମନ୍ତ୍ରୀ କିରଣ ରିଜିଜୁ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପାଣ୍ଠିରୁ ଏହି ଦୁଇ ଭାଇଙ୍କୁ ଆର୍ଥିକ ସହାୟତା ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଦିଆଯାଇଥିବା ଆର୍ଥିକ ସହାୟତା ବିଷୟରେ କ୍ରୀଡା ମନ୍ତ୍ରୀ ସୂଚନା ଦେଇଛନ୍ତି। ଆର୍ଥିକ ସାହାଯ୍ୟ ମିଳିବା ପରେ ପରିବାରରେ ଖୁସିର ବାତାବରଣ ଖେଳିଯାଇଛି । ଉଭୟ ଭାଇ ଓ ପରିବାର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। କ୍ରୀଡ଼ା ଅଧିକାରୀ ଆଲେ ହୈଦର କହିଛନ୍ତି ଯେ, କଠିନ ପରିସ୍ଥିତି ସହ ସଂଘର୍ଷ କରୁଥିବା ଏହି କ୍ରୀଡ଼ାବିତଙ୍କୁ ଆର୍ଥିକ ସହାୟତା ଯୋଗାଇ କେନ୍ଦ୍ର କ୍ରୀଡା ମନ୍ତ୍ରଣାଳୟ ଭଲ ପଦକ୍ଷେପ ନେଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details