ନୂଆଦିଲ୍ଲୀ: ରେଳବାଇରୁ ହଟିଲା ଖଲାସୀ ପଦବୀ । ପୋଷ୍ଟମାଷ୍ଟର ପଦ ଶେଷ କରିବାକୁ ଏନେଇ ଭାରତୀୟ ରେଳବାଇ ଘୋଷଣା କରିଛି। ଏହି ପଦବୀ ଲାଗି ଆଉ ହେବନି ନୂଆ ନିଯୁକ୍ତି । ଏଥିପାଇଁ ରେଳବାଇ ବୋର୍ଡ ଅଗଷ୍ଟ ୬ ତାରିଖରେ ଆଦେଶ ଜାରି କରିଛନ୍ତି। ଖଲାସୀ ଓ ବଙ୍ଗଳା ପିଅନ ପଦବୀରେ ରେଳବାଇ ଦୀର୍ଘବର୍ଷରୁ ନିଯୁକ୍ତି ଦେଇ ଆସୁଥିଲେ। ଦେଶରେ ରେଳ ପ୍ରଚଳନ କରିଥିବା ବ୍ରିଟିଶ ସରକାର ଏହି ପଦବୀ ସୃଷ୍ଟି କରିଥିବା ବେଳେ ସ୍ୱାଧୀନୋତ୍ତର ଦେଶର ରେଳବାଇରେ ମଧ୍ୟ ଏହି ପଦୀବ ଏପର୍ଯ୍ୟନ୍ତ ପ୍ରଚଳିତ ଥିଲା। କେବଳ ଖଲାସୀ ଓ ବଙ୍ଗଳା ପିଅନ ପଦବୀ ନୁହେଁ ଟେଲିଫୋନ ଆଟେଣ୍ଡାଣ୍ଟ କମ୍ ଡାକ୍ ଖଲାସୀ (ଟିଏଡିକେ) ପଦବୀର ମଧ୍ୟ ମନ୍ତ୍ରାଳୟ ସମୀକ୍ଷା କରୁଛନ୍ତି। ଏହି ପଦବୀର ରେଳବାଇରେ ଆବଶ୍ୟକତା ଅଛି କି ନା ସେ ନେଇ ତର୍ଜମା ପରେ ନିଯୁକ୍ତି ନେଇ ନିଷ୍ପତ୍ତି ହେବ। ତେବେ ସେ ପର୍ଯ୍ୟନ୍ତ ଏହି ପଦବୀରେ ନୂତନ ନିଯୁକ୍ତି ନ କରିବା ଲାଗି ମଧ୍ୟ ବୋର୍ଡଙ୍କ ଆଦେଶରେ ଉଲ୍ଲେଖ ରହିଛି।
ରେଳବାଇରୁ ହଟିଲା ଖଲାସୀ ପଦବୀ, ହେବନି ନୂଆ ନିଯୁକ୍ତି
ରେଳବାଇରୁ ହଟିଲା ଖଲାସୀ ପଦବୀ । ପୋଷ୍ଟମାଷ୍ଟର ପଦ ଶେଷ କରିବାକୁ ଏନେଇ ଭାରତୀୟ ରେଳବାଇ ଘୋଷଣା କରିଛି। ଏହି ପଦବୀ ଲାଗି ଆଉ ହେବନି ନୂଆ ନିଯୁକ୍ତି । ଏଥିପାଇଁ ରେଳବାଇ ବୋର୍ଡ ଆଦେଶ ଜାରି କରିଛନ୍ତି। ଅଧିକ ପଢନ୍ତୁ...
ଟିଏଡିକେ ପଦବୀରେ କର୍ମଚାରୀମାନେ ପ୍ରାୟତଃ ଅସ୍ଥାୟୀ ଭାବେ ନିଯୁକ୍ତି ପାଇଥାନ୍ତି। ଯେଉଁମାନଙ୍କୁ ପୂର୍ବରୁ ଦୁର୍ଗମ ଅଞ୍ଚଳରେ ଅବସ୍ଥାପିତ ରେଳ ଅଧିକାରୀଙ୍କ ସହାୟତା ଲାଗି ପଠାଯାଉଥିଲା। ତେବେ ପରବର୍ତ୍ତି କାଳରେ ଏହି କର୍ମଚାରୀମାନେ ଟିକେଟ୍ ଏକଜାମିନର, ଟ୍ରେନ ପୋର୍ଟର, ବାତାନୁକୂଳିତ ବଗିରେ ମେକାନିକ୍ ଅଥବା ରନିଂ ରୁମ ରେଷାୟା ଭାବେ ଗ୍ରୁପ-ଡି ପଦବୀରେ କାମ କରିଆସୁଛନ୍ତି। ତେବେ ଏଭଳି କର୍ମଚାରୀଙ୍କ ପ୍ରତି ଉଚ୍ଚ ପଦପଦବୀର ଅଧିକାରୀମାନେ ଦୁର୍ବ୍ୟବହାର କରୁଥିବା ନେଇ ହେଉଥିବା ଅଭିଯୋଗ ଆଧାରରେ କରାଯାଇଥିବା ତଦନ୍ତ ପରେ ଏହି ନିଷ୍ପତ୍ତି ହୋଇଛି। ଖଲାସୀ, ବଙ୍ଗଳା ପିଅନ ଓ ଟିଏଡିକେ କର୍ମଚାରୀଙ୍କ ଲାଗି ରେଳବାଇ ଶିକ୍ଷାଗତ ଯୋଗ୍ୟତା ଅଷ୍ଟମଶ୍ରେଣୀ ପାସ ଥିଲା ।