ଲକ୍ଷ୍ନୌ: ବଦଳୁଛି ମସଜିଦର ରଙ୍ଗ । କେହି ରଙ୍ଗ ଲଗାଇ ବଦଳାଇ ନଥାନ୍ତି ବରଂ ମନକୁ ମନ ବଦଳିଥାଏ ମସଜିଦର ରଙ୍ଗ। ଏଭଳି ଅଜବ ମସଜିଦ ରହିଛି ଲକ୍ଷ୍ନୌର ତ୍ରୀବେଣୀଗଞ୍ଜରେ । ଖାକ-ଏ-ପାକ ମସଜିଦ ନାମରେ ଚାରିଆଡେ ଜଣାଶୁଣା ।
ମନକୁ ବଦଳେ ମସଜିଦର ରଙ୍ଗ, ଜାଣନ୍ତୁ କେଉଁଠି ? - colour
ପ୍ରତିବର୍ଷ ବଦଳୁଛି ମସଜିଦର ରଙ୍ଗ । ଲାଲ ରଙ୍ଗରେ ରଙ୍ଗୀନ ହୋଇ ଉଠୁଛି ମସଜିଦ । ଏହା ପଛରେ ଲୁଚି ରହିଛି ଇତିହାସ । ଆଉ ମସଜିଦ ତିଆରି ନେଇ ଇରାକ ସହ ସଂପର୍କ।
ପ୍ରତିକାତ୍ମକ ଫଟୋ
ମସଜିଦକୁ ଦେଖିଲେ ଆପଣଙ୍କୁ ସାଧାରଣ ମସଜିଦ ଭଳି ଲାଗିବ । କିନ୍ତୁ ଏହା ପଛରେ ଲୁଚି ରହିଛି ଇତିହାସ । ମସଜିଦ ପଛରେ ଥିବା କାହାଣୀ ବହୁ ପୂର୍ବରୁ ଇରାକ ସହ ଜଡିତ । ମସଜିଦରେ ଥିବା ଇମାମ ହୁସେନଙ୍କ ସମାଧିରେ ଇରାକରୁ ଆସିଥିବା ମାଟିରେ ନିର୍ମାଣ କରାଯାଇଛି । ଏହା ଦୁନିଆର ଗୋଟିଏ ମାତ୍ର ମସଜିଦ ଯାହା ଏହି ମାଟିରେ ବନାଯାଇଛି ।
1810 ରେ ତିଆରି ହୋଇଥିଲା ଏହି ମସଜିଦ । ପ୍ରତିବର୍ଷ ଇମାମ ହୁସେନଙ୍କ ସହୀଦ ଦିବସରେ ଏହାର ରଙ୍ଗ ବଦଳି ଲାଲ ହୋଇଥାଏ ।