ମନାଲି: ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟରେ ୮ ରାଜ୍ୟର ୫୯ଟି ଆସନରେ ରବିବାର (ମେ' ୧୯) ରେ ଭୋଟ ଗ୍ରହଣ କରାଯିବ । ଶେଷ ପର୍ଯ୍ୟାୟରେ ହିମାଚଳ ପ୍ରଦେଶର ୪ଟି ଆସନ ପାଇଁ ମତଦାନ ଗ୍ରହଣ କରାଯିବ । ଏନେଇ ହିମାଚଳରେ ପ୍ରସ୍ତୁତି ଶେଷ ପର୍ଯ୍ୟୟରେ । ମାତ୍ର ନିର୍ବାଚନ କମିଶନଙ୍କ ପାଇଁ ପାଇଁ ହିମାଚଳର ପାହାଡି ଇଲାକାରେ ମତଦାନ ପାଇଁ ପ୍ରସ୍ତୁତି କରିବା କାଠିକର ପାଠ ହେଉଛି । ପୃଥିବୀର ସବୁଠାରୁ ଉଚ୍ଚରେ ଥିବା ମତଦାନ କେନ୍ଦ୍ରକୁ ହେଲିକପ୍ଟର ଯୋଗେ ଇଭିଏମ୍ ମେସିନ୍ ପଠାଯାଉଛି ।
୧୫ ହଜାର ଫୁଟ ଉଚ୍ଚରେ ବୁଥ୍, ହେଲିକପ୍ଟର ଯୋଗେ ପହଞ୍ଚିଲା ଇଭିଏମ୍ - helicopter
ଶେଷ ପର୍ଯ୍ୟାୟରେ ହିମାଚଳ ପ୍ରଦେଶର ୪ଟି ଆସନ ପାଇଁ ମତଦାନ ଗ୍ରହଣ କରାଯିବ । ପୃଥିବୀର ସବୁଠାରୁ ଉଚ୍ଚରେ ଥିବା ମତଦାନ କେନ୍ଦ୍ର ତାଶିଗଙ୍ଗକୁ ହେଲିକପ୍ଟର ଯୋଗେ ଇଭିଏମ୍ ମେସିନ୍ ପଠାଯାଉଛି ।
ଫାଇଲ ଫଟୋ
ସୂଚନା ଅନୁସାରେ ପୃଥିବୀ ସବୁଠାରୁ ଉଚ୍ଚରେ ଥିବା ହିମାଚଳପ୍ରଦେଶର ମଣ୍ଡି ଲୋକସଭା ଆସନ ଅନ୍ତର୍ଗତ ତାଶିଗଙ୍ଗ ମତଦାନ କେନ୍ଦ୍ର ଅଟେ । ସମୁଦ୍ର ପତ୍ତନଠାରୁ ୧୫୨୫୬ ଫୁଟ ଉଚ୍ଚରେ ରହିଛି ଏହି କେନ୍ଦ୍ର । ବରଫପାତ ଓ ଦୁର୍ଗମ ଘାଟି ରାସ୍ତାରେ ଯାତାୟତ ଜନିତ ସମସ୍ୟାକୁ ନଜରରେ ରଖି ତାଶିଗଙ୍ଗ ଓ ଏହାର ଆଖପାଖ ଅଞ୍ଚଳରୁ ହେଲିକପ୍ଟର ଯୋଗେ ଇଭିଏମ୍ ପଠାଯାଉଛି ।
ତାଶିଗଙ୍ଗର ଭୋଟର ସଂଖ୍ୟା ୪୯ । ସେମାନଙ୍କ ମଧ୍ୟରୁ ୨୦ ଜଣ ମହିଳା ଥିବାବେଳେ ୨୯ ପୁରୁଷ ଭୋଟର ଅଛନ୍ତି ।