ଓଡିଶା

odisha

ETV Bharat / bharat

ସମ୍ବିଧାନର ସୁରକ୍ଷା ପାଇଁ କେରଳ ସମ୍ମୁଖରେ ରହି ଲଢିବ: ପିନରାୟୀ ବିଜୟନ

ଦେଶରେ ବର୍ତ୍ତମାନର ପରିସ୍ଥିତି ଓ କେନ୍ଦ୍ର ସରକାରଙ୍କ ଆଇନକୁ ନେଇ କେରଳର ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ନିଜର ବୟାନ ରଖିଛନ୍ତି। ସମ୍ବିଧାନ ଓ ଦେଶର ନାଗରିକଙ୍କ ମୌଳିକ ଅଧିକାରକୁ ରକ୍ଷା କରିବା ପାଇଁ କେରଳ ସମ୍ମୁଖ ଭାଗରେ ରହି ଲଢେଇ କରିବ ବୋଲି ସେ କହିଛନ୍ତି। ଅଧିକ ପଢନ୍ତୁ...

Kerala will be at forefront for protecting the Constitution: CM Pinarayi Vijayan
ଫାଇଲ ଫଟୋ

By

Published : Jan 15, 2020, 11:31 AM IST

Updated : Jan 15, 2020, 2:08 PM IST

ଥିରୁଅନନ୍ତପୁରମ୍‌: ଦେଶରେ ବର୍ତ୍ତମାନର ପରିସ୍ଥିତି ଓ କେନ୍ଦ୍ର ସରକାରଙ୍କ ଆଇନକୁ ନେଇ କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ନିଜର ବୟାନ ରଖିଛନ୍ତି। ସମ୍ବିଧାନ ଓ ଦେଶର ନାଗରିକଙ୍କ ମୌଳିକ ଅଧିକାରକୁ ରକ୍ଷା କରିବା ପାଇଁ କେରଳ ସମ୍ମୁଖଭାଗରେ ରହି ଲଢେଇ କରିବ ବୋଲି ସେ କହିଛନ୍ତି।

କେନ୍ଦ୍ର ସରକାରଙ୍କ ସିଏଏକୁ ବିରୋଧ କରିବା ମାମଲାରେ କେରଳ ଦେଶର ସମସ୍ତ ରାଜ୍ୟ ଠାରୁ ଭିନ୍ନ ରହିଛି । ପୂର୍ବରୁ ସିଏଏ ଲାଗୁ ନ କରିବା ପାଇଁ ଏକ ପ୍ରସ୍ତାବକୁ କେରଳ ବିଧାନସଭାରେ ପାସ୍‌ କରାଯାଇ ସରିଛି। ଏହାକୁ ବିରୋଧ କରି କେରଳ ସରକାର ସୁପ୍ରିମକୋର୍ଟ ମଧ୍ୟ ଯାଇଛନ୍ତି। ଏପରିକି ନିଜେ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ କୋର୍ଟରେ ସିିଏଏକୁ ବିରୋଧ କରି ଏକ ଆବେଦନ କରିଛନ୍ତି।

ଧର୍ମ ନିରପେକ୍ଷତା ଭାରତୀୟ ସମ୍ବିଧାନର ମୌଳିକ ବୈଶିଷ୍ଟ୍ୟ। ଏହାକୁ ସୁରକ୍ଷା ପ୍ରଦାନ କରିବା ପାଇଁ କେରଳ ସର୍ବଦା ଆଗରେ ରହି ସରକାରଙ୍କୁ ବିରୋଧ କରିବ ବୋଲି ମୁଖ୍ୟମନ୍ତ୍ରୀ ବିଜୟନ ସ୍ପଷ୍ଟ କରିଛନ୍ତି। ଏହାସହ ଅନ୍ୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ସମ୍ବିଧାନ ରକ୍ଷା କରିବା ପାଇଁ ଆଗକୁ ଆସିବା ପାଇଁ ସେ ଆହ୍ବାନ ଦେଇଛନ୍ତି।

Last Updated : Jan 15, 2020, 2:08 PM IST

ABOUT THE AUTHOR

...view details