ଓଡିଶା

odisha

ETV Bharat / bharat

କୋରୋନା କବଳରେ କେରଳ: 3ୟ କୋରୋନା ରୋଗୀ ଚିହ୍ନଟ

ଭାରତରେ କାୟା ବିସ୍ତାର କରୁଛି କୋରୋନା ଭୂତାଣୁ । କେରଳରେ ପୁଣି ଜଣେ କୋରୋନା ରୋଗୀ ଚିହ୍ନଟ । ବର୍ତ୍ତମାନ ସୁଦ୍ଧା 3ଜଣଙ୍କ ଠାରେ କୋରୋନା ପିଜିଟିଭି ମିଳିଥିବା ନେଇ ସୂଚନା ଦେଇଛନ୍ତି କେରଳ ସ୍ବାସ୍ଥ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

By

Published : Feb 3, 2020, 2:59 PM IST

third confirmed case of Coronavirus
କରୋନା କବଳରେ କେରଳ: 3ୟ କରୋନା ଆକ୍ରାନ୍ତ ଚିହ୍ନଟ

ଥିରୁଅନନ୍ତପୁରମ: ସମଗ୍ର ବିଶ୍ବର ଚିନ୍ତା ବଢାଇଛି କୋରୋନା ଭାଇରାସ । ଚୀନର ଉହାନ ସହରରୁ ଉତ୍ପତ୍ତି ହୋଇଥିବା ଏହି ଭାଇରାସ ଏବେ ଧୀରେ ଧୀରେ ଭାରତରେ କାୟା ବିସ୍ତାର କରିବାରେ ଲାଗିଛି । ଏହାରି କବଳରେ କବଳିତ ହେଉଛି କେରଳ । କାରଣ ଆଜି ପୁଣି ଏକ କୋରୋନା ଆକ୍ରାନ୍ତକୁ ଚିହ୍ନଟକୁ କରାଯାଇଛି । ଏହା ପୂର୍ବରୁ 2ଟି ଚିହ୍ନଟ ହୋଇସାରିଥିବାବେଳେ, ବର୍ତ୍ତମାନ ସୁଦ୍ଧା 3 ଜଣ ଆକ୍ରାନ୍ତ ହୋଇଥିବା ସୂଚନା ଦେଇଛନ୍ତି କେରଳର ସ୍ବାସ୍ଥ୍ୟମନ୍ତ୍ରୀ କେକେ ସୈଲାଜ । କସରଗଡ ଅଞ୍ଚଳରୁ ଚିହ୍ନଟ ହୋଇଥିବା ସ୍ପଷ୍ଟ ହୋଇଛି ।

ଗତ ରବିବାର, ଦ୍ବିତୀୟ କୋରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଥିବାବେଳେ, ଉକ୍ତ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଅଲପ୍ପୁଝା ହସ୍ପିଟାଲର ଆଇସୋଲେସନରେ ରଖାଯାଇଛି । ସେହିପରି ପ୍ରଥମ କୋରୋନା ପଜିଟିଭି ବ୍ୟକ୍ତିଙ୍କୁ ତ୍ରିସୂର ମେଡିକାଲରେ ଭର୍ତ୍ତି କରାଯାଇଛି ।

ସେପଟେ ସମଗ୍ର ଚୀନରେ କୋରୋନା ଭାଇରସ ସଂକ୍ରମଣ ଯୋଗୁଁ ମୃତ୍ୟୁ 361ରେ ପହଞ୍ଚିଥିବାବେଳେ, 16 ହଜାରରୁ ଊର୍ଦ୍ଧ୍ବ ବ୍ୟକ୍ତି ଆକ୍ରାନ୍ତ ହୋଇଛି । ଯାହାକୁ ଦେଖି କେନ୍ଦ୍ର ସରକାରଙ୍କ ତରଫରୁ ଏକ ଟ୍ରାଭେଲ ଆଡଭାଇଜରି ଜାରି ହୋଇଛି । ଯେଉଁଥିରେ ଚୀନ ପାସପୋର୍ଟଧାରୀଙ୍କ ଇ-ଭିସାକୁ ଅସ୍ଥାୟୀ ଭାବେ ସ୍ଥଗିତ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details