ଥିରୁଅନନ୍ତପୁରମ୍: ଦେଶର ବର୍ତ୍ତମାନ କୋରୋନାର ଆତଙ୍କ । ଏ ମଧ୍ୟରେ କେରଳର କାସରଗୋଡା ସାଂସଦ ରାଜମୋହନ ଉନ୍ନୀଥନ ସୁପ୍ରିମକୋର୍ଟଙ୍କୁ ରାଜ୍ୟ ସୀମା ଖୋଲିବାକୁ ଅପିଲ କରିଛନ୍ତି । ଏକ ଯାଚିକା ଦାଖଲ କରି କର୍ଣ୍ଣାଟକ ଓ କେରଳ ସୀମା ଖୋଲିବା ପାଇଁ ଅନୁମତି ଦେବା ପାଇଁ କହିଛନ୍ତି । ଆମ୍ବୁଲାନ୍ସ, ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଆଦି ପାଇଁ ଅନୁମତି ଦେବା ପାଇଁ ଯାଚିକାରେ ଅପିଲ କରାଯାଇଛି ।
କର୍ଣ୍ଣାଟକ ସରକାରଙ୍କୁ ଏକ ମାମଲା ରୁଜୁ କରିବା ପାଇଁ ଓ ଏସସିଙ୍କ ନିର୍ଦ୍ଦେଶରେ ଏକ ଏସଆଇଟି ଦଳ ଗଠନ ପାଇଁ କହିଛନ୍ତି । ସେ କହିଛନ୍ତି, ସୀମା ବନ୍ଦ ରହିବା କାରଣରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ତାଙ୍କୁ ଚିକିତ୍ସା ପାଇଁ କର୍ଣ୍ଣାଟକ ଯିବାର ଥିଲା ମାତ୍ର ଲକ୍ ଡାଉନ୍ କାରଣରୁ ସେ ଯାଇପାରିନଥିଲେ ।