ଓଡିଶା

odisha

ETV Bharat / bharat

କୋରୋନା ଭାଇରସ ସଂକ୍ରମଣ ସ୍ଥିତି ନିୟନ୍ତ୍ରଣାଧିନ: କେରଳ ସ୍ବାସ୍ଥ୍ୟମନ୍ତ୍ରୀ - କେରଳ ସ୍ବାସ୍ଥ୍ୟ ମନ୍ତ୍ରୀ

କୋରୋନା ଭାଇରସ ସଂକ୍ରମିତଙ୍କୁ ତ୍ରିସୁର ମେଡିକାଲ କଲେଜରେ ଚିକିତ୍ସା କରାଯାଉଛି ବୋଲି ଏକ ଉଚ୍ଚସ୍ତରୀୟ ବୈଠକରେ ଜଣାଇଛନ୍ତି କେରଳ ସ୍ବାସ୍ଥ୍ୟମନ୍ତ୍ରୀ କେକେ ଶୈଳଜା। ବର୍ତ୍ତମାନ ସ୍ଥିତି ସ୍ଥିର ଥିବା କହିଛନ୍ତି ସେ। ଅଧିକ ପଢନ୍ତୁ...

Kerala Health Minister KK Shailaja
କେରଳ ସ୍ବାସ୍ଥ୍ୟ ମନ୍ତ୍ରୀ

By

Published : Jan 31, 2020, 1:39 PM IST

ଥିରୁଅନନ୍ତପୁରମ: କେରଳରେ କୋରାନା ଭାଇରସରେ ସଂକ୍ରମିତ ହୋଇଥିବା ଜଣେ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କୁ ତ୍ରିସୁର ମେଡିକାଲ କଲେଜରେ ଚିକିତ୍ସା କରାଯାଉଛି ବୋଲି ଏକ ଉଚ୍ଚସ୍ତୀରୟ ବୈଠକରେ ଜଣାଇଛନ୍ତି କେରଳ ସ୍ବାସ୍ଥ୍ୟମନ୍ତ୍ରୀ କେକେ ଶୈଳଜା।

ଏନେଇ ସେ କହିଛନ୍ତି ଯେ, ଚୀନର ଉହାନରୁ ଫେରିଥିବା ବ୍ୟକ୍ତିଙ୍କୁ ଯାଞ୍ଚ ବେଳେ ସଂକ୍ରମିତ ଥିବା ଜଣାପଡିଥିଲା। ପରେ ତାଙ୍କୁ ତ୍ରିସୁର ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଥିଲା।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 15ଜଣଙ୍କୁ ସଂକ୍ରମଣ ଆଶଙ୍କାରେ ନଜରରେ ରଖାଯାଇଛି। ସେଥି ମଧ୍ୟରୁ 9 ଜଣଙ୍କୁ ଏକ ଆଇସୋଲେସନ ୱାର୍ଡରେ ରଖାଯାଇଛି। ସେହିଭଳି ଲୋକଙ୍କୁ ଚୀନ ଯାତ୍ରା ନକରିବାକୁ ଭାରତ ସରକରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ପ୍ରତିକାତ୍ମକ ଫଟୋ

ଏହାଛଡା ଭାରତର 21 ବିମାନ ବନ୍ଦରରେ କୋରୋନାର ଯାଞ୍ଚ ପାଇଁ ଥର୍ମାଲ ସ୍କ୍ରିନିଂର ସୁବିଧା ରଖାଯାଇଛି। ଯେଉଁଥିରେ ଗୌହାଟୀ, ବିଶାଖାପାଟନମ, ବାରଣାସୀ ଓ ଗୋଆ ଭଳି ବିମାନ ବନ୍ଦର ସାମିଲ ରହିଛି। ବର୍ତ୍ତମାନ ସୁଦ୍ଧା ଚାଇନାରେ 213 ଜଣ କୋରାନା ଭାଇରସ ସଂକ୍ରମଣରେ ପ୍ରାଣ ହରାଇଛନ୍ତି।

@ANI

ABOUT THE AUTHOR

...view details