ଓଡିଶା

odisha

By

Published : Jul 12, 2020, 12:24 AM IST

ETV Bharat / bharat

କେରଳ ସୁନା ଚାଲାଣ ମାମଲା: ଏନଆଇଏ ହେପାଜତରେ ମୁଖ୍ୟ ଅଭିଯୁକ୍ତ

ଜୁଲାଇ 5ରେ ଥିରୁୱନନ୍ତପୁରମ ଏୟାରପୋର୍ଟରେ 15 କୋଟି ଟଙ୍କାର 30 କେଜି ସୁନା ଜବତ କରିଥିଲା କଷ୍ଟମ ବିଭାଗ । ଏହି ମାମଲାରେ 3 ଜଣଙ୍କୁ ଗିରଫ କରି ସେମାନଙ୍କ ନାମରେ ମାମଲା ରୁଜୁ କରିଥିଲା ଏଏନଆଇ । ଅଧିକ ପଢନ୍ତୁ...

କେରଳ ସୁନା ଚାଲାଣ ମାମଲା: ଏନଆଇଏ ହେପାଜତରେ ମୁଖ୍ୟ ଅଭିଯୁକ୍ତ
କେରଳ ସୁନା ଚାଲାଣ ମାମଲା: ଏନଆଇଏ ହେପାଜତରେ ମୁଖ୍ୟ ଅଭିଯୁକ୍ତ

ବେଙ୍ଗାଲୁରୁ: କେରଳ ସୁନା ଚାଲାଣ ମାମଲାରେ ଶନିବାର ମୁଖ୍ୟ ଅଭିଯୁକ୍ତକୁ ଜାତୀୟ ତଦନ୍ତକାରୀ ସଂସ୍ଥା(ଏଏନଆଇ) ହେପାଜତକୁ ନେଇଛି । ଗିରଫ ହୋଇଥିବା ମହିଳା ଅଭିଯୁକ୍ତ ସ୍ବପ୍ନା ସୁରେଶକୁ ଏଏନଆଇ ବେଙ୍ଗାଲୁରୁରେ ଅଧିକ ଜେରା ଆରମ୍ଭ କରିଛି । ଏହାସହ ସ୍ବପ୍ନାଙ୍କ ପରିବାର ଲୋକଙ୍କୁ ମଧ୍ୟ ତଦନ୍ତ ସଂସ୍ଥା ପକ୍ଷରୁ ହେପାଜତକୁ ନିଆଯାଇଛି ।

ରବିବାର ସ୍ବପ୍ନାଙ୍କୁ କୋଚିରେ ଥିବା ଏଏନଆଇ ଅଫିସରେ ହାଜର କରାଯିବ । ଜୁଲାଇ 5ରେ ଥିରୁ୍ଅନନ୍ତପୁରମ ଏୟାରପୋର୍ଟରେ 15 କୋଟି ଟଙ୍କାର 30 କେଜି ସୁନା ଜବତ କରିଥିଲା କଷ୍ଟମ ବିଭାଗ । ଏହି ମାମଲାରେ 3 ଜଣଙ୍କୁ ଗିରଫ କରି ସେମାନଙ୍କ ନାମରେ ମାମଲା ରୁଜୁ କରିଥିଲା ଏଏନଆଇ । ଗିରଫ 3 ଅଭିଯୁକ୍ତ ହେଲେ ସରିଥ କୁମାର, ସନ୍ଦୀପ ନୈର ଏବଂ ସ୍ବପ୍ନା ସୁରେଶ । ଧରାପଡିଯିବା ପରେ ସ୍ବପ୍ନା ଖସିଯିବାକୁ ଚେଷ୍ଟା କରିଥିଲେ ।

ସ୍ବପ୍ନା କେରଳ ଆଇଟି ବିଭାଗ ଅଧୀନରେ ଥିବା ସ୍ପେସ ପାର୍କ ଏବଂ କେରଳ ରାଜ୍ୟ ସୂଚନା ପ୍ରଯୁକ୍ତି ବିଦ୍ୟା ଭିତ୍ତିଭୂମି ଲିମିଟେଡ୍(କେଏସଆଇଟିଏଲ)ରେ କାମ କରନ୍ତି । ସବୁଠୁ ବଡ କଥା ଏହି ବିଭାଗ କେରଳ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ରହିଛି । ଜୁଲାଇ 6ରେ ଗିରଫ ସରିଥ ପୂର୍ବରୁ ୟୁଏଇରେ ପିଆରଓ ଭାବେ କାମ କରିଛନ୍ତି । ସୁନା ଚାଲାଣବେଳେ ଏହା ଉପରେ ଦ୍ବିପାକ୍ଷିକ କାରବାର ପାଇଁ କାଗଜପତ୍ର ଥିବା ନେଇ ସିଲ୍ ମରାଯାଇଥିଲା ।

ABOUT THE AUTHOR

...view details