ଥିରୁଅନନ୍ତପୁରମ: ହୁ ହୁ ହୋଇ ବଢିବାରେ ଲାଗିଛି କୋରୋନାର ପ୍ରକୋପ । ଯାହା କବଳରେ କେରଳରେ ବଢିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା କେରଳରେ 92 ଜଣ କୋଭିଡ-19 ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ପରିସ୍ଥିତିକୁ ଦେଖି ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ରାଜ୍ୟରେ ଲକଡାଉନ ଘୋଷଣା କରିଛନ୍ତି ।
କେରଳରେ କୋରୋନା ପଜିଟିଭଙ୍କ ସଂଖ୍ୟା 92, ଲକଡାଉନ କଲେ ସରକାର - କେରଳ ମୁଖ୍ୟମନ୍ତ୍ରୀଙ୍କ ଲକଡାଉନ ଘୋଷଣା
କେରଳରେ ବଢିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା କେରଳରେ 92 ଜଣ କୋଭିଡ-19 ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ପରିସ୍ଥିତିକୁ ଦେଖି ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ରାଜ୍ୟରେ ଲକଡାଉନ ଘୋଷଣା କରିଛନ୍ତି ।
କେରଳ ମୁଖ୍ୟମନ୍ତ୍ରୀଙ୍କ ଲକଡାଉନ ଘୋଷଣା, ସଂକ୍ରମିତଙ୍କ ସଂଖ୍ୟା 92କୁ ବୃଦ୍ଧି
ରାଜ୍ୟରେ କ୍ରମାଗତ ଭାବେ କୋଭିଡ-19 ପଜିଟିଭଙ୍କ ସଂଖ୍ୟା ବଢି ଚାଲିଥିବାରୁ ଏହି ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ 25 ଜଣ ଦୁବାଇରୁ ଫେରିଥିବା ଜଣା ପଡିଛି । ଅନ୍ୟପଟେ ସୋମବାର ଚିହ୍ନଟ ହୋଇଥିବା 28 ସଂକ୍ରମିତଙ୍କ ମଧ୍ୟରୁ କସରଗୋଡର 19, କନ୍ନୁରର 5, ଏର୍ଣ୍ଣାକୁଲମର 2 ଓ ପଥନମଥିଟ୍ଟା ଓ ଥ୍ରିସୁରରୁ ଜଣେ ଲେଖାଏଁ ରହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ