ନୂଆଦିଲ୍ଲୀ: କଂଗ୍ରେସ ନେତା ଓ ଆଧ୍ୟାତ୍ମିକ ଗୁରୁ ଆଚାର୍ଯ୍ୟ ପ୍ରମୋଦ କିଷ୍ଣନଙ୍କ ବଡ ବୟାନ । ଆଚାର୍ଯ୍ୟ ପ୍ରମୋଦ ଏକ ଟ୍ବିଟ କରି କହିଛନ୍ତି, ରବିବାର ଅରବିନ୍ଦ କେଜ୍ରିଓ୍ବାଲ ଶପଥ ଗ୍ରହଣ ସମୟରେ ଯେଉଁଭଳି ଭାବେ ବୟାନ ରଖିଛନ୍ତି ସେଥିରୁ ସ୍ପଷ୍ଟ ହେଉଛି ଯେ, ସେ ମୋଦିଙ୍କର ସମର୍ଥକ ନହେଲେ ମଧ୍ୟ ମୋଦି ବିରୋଧୀ ନୁହଁନ୍ତି ।
ସୂଚନା ମୁତାବକ, ରବିବାର ଦିଲ୍ଲୀର ରାମଲୀଲା ମୈଦାନରେ 3ୟ ଥର ଭାବେ ମୁଖ୍ୟମନ୍ତ୍ରୀ ପଦପାଇଁ ଶପଥଗ୍ରହଣ ସମୟରେ କେଜ୍ରିଓ୍ବାଲ ନିଜର ଅଭିଭାଷଣରେ ରଖିଥିଲେ । ସେ କେନ୍ଦ୍ର ସରକାରଙ୍କ ସହିତ ସମନ୍ବୟ ରକ୍ଷା କରି କମ କରିବାକୁ ଚାହୁଁଥିବା କହିଥିଲେ । ଏହାସହ ସେ ଆହୁରି କହିଥିଲେ ଯେ,ସବୁ ଦଳଙ୍କୁ ପୂର୍ବକଥା ଭୁଲିଯିବା ଉଚିତ । ଆଉ ଆପ ସରକାରକୁ ଦିଲ୍ଲୀର ବିକାଶ ଦିଗରେ ସମର୍ଥନ କରିବା ଉଚିତ । ଆପ ସରକାର କେନ୍ଦ୍ର ସହ ସମନ୍ବୟ ରକ୍ଷା କରି କାମ କରିବାକୁ ଚାହୁଁଛି ।