ନୂଆଦିଲ୍ଲୀ: ଲକ ଡାଉନ ଯୋଗୁଁ କର୍ମସ୍ଥଳୀ ଛାଡୁଛନ୍ତି ଦିନ ମଜୁରିଆ ଓ ଶ୍ରମିକ । କାମଧନ୍ଦା ନ ପାଇ ଭୋକ ଉପାସରେ ଦିନ କାଟିବା ଅପେକ୍ଷା ବାଧ୍ୟ ହୋଇ ଚାଲି ଚାଲି ଗାଁକୁ ଯାଉଛନ୍ତି । ସେପଟେ, କିନ୍ତୁ ଏଭଳି ନ କରିବାକୁ ଜନତାଙ୍କୁ ଅନୁରୋଧ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରିବନ୍ଦ କେଜ୍ରିୱାଲ ।
ଶ୍ରମିକଙ୍କୁ କେଜ୍ରିୱାଲଙ୍କ ଅପିଲ, ଗାଁକୁ ଯାଆନ୍ତୁ ନାହିଁ - delhi govt.
ଯେଉଁଠାରେ ଅଛନ୍ତି, ସେଠାରେ ରୁହନ୍ତୁ । ଦିଲ୍ଲୀ ସରକାର ସମସ୍ତ ବନ୍ଦୋବସ୍ତ କରୁଅଛି । ଗାଁକୁ ଯାଆନ୍ତୁ ନାହିଁ । ନଚେତ ଲକ ଡାଉନର ଉଦ୍ଦେଶ୍ୟ ଭଙ୍ଗ ହୋଇଯିବ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।
ଲକ ଡାଉନ ଯୋଗୁଁ ପ୍ରଭାବିତ ହୋଇ ଦିଲ୍ଲୀ-ଉତ୍ତରପ୍ରଦେଶ ସୀମା ନିକଟସ୍ଥ ଦିନ ମଜୁରିଆଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ଏମାନେ ଭୋକ ସହି ନପାରି ନିଜ ଗାଁକୁ ଫେରି ଯିବାକୁ ବାହାରିଥିବା ବେଳେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶ୍ରମିକଙ୍କ ପାଇଁ 1000 ବସର ଆୟୋଜନ କରିଛନ୍ତି ।
ଯାହାକୁ ନେଇ କେଜ୍ରିୱାଲ ଟ୍ବିଟ କରି କହିଛନ୍ତି ଉଭୟ ୟୁପି- ଦିଲ୍ଲୀ ଶ୍ରମିକଙ୍କ ଫେରିବା ପାଇଁ ବ୍ୟବସ୍ଥା କରାଯାଇଛି । ଦିଲ୍ଲୀ ସରକାର ଆପଣଙ୍କ ରହିବା, ଖାଇବା, ପିଇବାର ସମସ୍ତ ବନ୍ଦୋବସ୍ତ କରିଛନ୍ତି । ଯେଉଁଠି ଅଛନ୍ତି, ସେଠାରେ ରୁହନ୍ତୁ । ଗାଁକୁ ଯାଆନ୍ତୁ ନାହିଁ । ନଚେତ୍ ଲକ ଡାଉନର ଉଦ୍ଦେଶ୍ୟ ଭଙ୍ଗ ହୋଇଯିବ ବୋଲି ସେ କହିଛନ୍ତି ।