ଓଡିଶା

odisha

ETV Bharat / bharat

ମେ 14ରୁ କେଦାରନାଥ, 15ରୁ ବଦ୍ରିଧାମ ଦର୍ଶନ - କେଦାରନାଥ

କେଦାରନାଥ ମନ୍ଦିର ମେ 14 ତାରିଖରୁ ତୀର୍ଥଯାତ୍ରୀଙ୍କ ପାଇଁ ଖୋଲିବ ଏବଂ ବଦ୍ରିନାଥ ମନ୍ଦିର 15 ତାରିଖ ଦିନ 4ଟା ସମୟରେ ଖୋଲିବ ବୋଲି ଉତ୍ତରାଖଣ୍ଡ ସଂସ୍କୃତି ମନ୍ତ୍ରୀ ସତ୍ୟପାଲ ମହାରାଜ ସୋମବାର ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ

By

Published : Apr 20, 2020, 6:32 PM IST

ଡେରାଡୁନ: କୋରୋନା ଲକଡାଉନ କାରଣରୁ ବନ୍ଦଥିବା କେଦାରନାଥ ଓ ବଦ୍ରିନାଥ ଧାମ ତୀର୍ଥଯାତ୍ରୀଙ୍କ ପାଇଁ ପୁନର୍ବାର ଖୋଲିବାକୁ ଯାଉଛି । ଉତ୍ତରାଖଣ୍ଡର କେଦାରନାଥ ମନ୍ଦିର ମେ 14 ତାରିଖରୁ ତୀର୍ଥଯାତ୍ରୀଙ୍କ ପାଇଁ ଖୋଲିବ ଏବଂ ବଦ୍ରିନାଥ ମନ୍ଦିର 15 ତାରିଖ ଦିନ 4ଟା ସମୟରେ ଖୋଲିବ ବୋଲି ଉତ୍ତରାଖଣ୍ଡ ସଂସ୍କୃତି ମନ୍ତ୍ରୀ ସତ୍ୟପାଲ ମହାରାଜ ସୋମବାର ଘୋଷଣା କରିଛନ୍ତି ।

ସାଧାରଣତଃ ତୀର୍ଥଯାତ୍ରାଙ୍କ ପାଇଁ ମନ୍ଦିର କବାଟ ଖୋଲିବାର ତାରିଖ ମହାଶିବରାତ୍ରୀ ଉପରେ ନିର୍ଣ୍ଣୟ କରାଯାଏ | ପାରମ୍ପାରିକ ଭାବରେ, ଓମକାରେଶ୍ବର ମନ୍ଦିରର ପୁରୋହିତ, ଭୀମଶଙ୍କର ଶିବଲିଙ୍ଗଙ୍କ ରାୱଲ ଏବଂ ଅନ୍ୟମାନଙ୍କ ଉପସ୍ଥିତିରେ ହିନ୍ଦୁ ପଞ୍ଚଙ୍ଗ ଅନୁଯାୟୀ ତାରିଖ ସ୍ଥିର କରାଯାଏ ।

କେଦାରନାଥ ଏବଂ ବଦ୍ରିନାଥ ହିନ୍ଦୁଙ୍କର ପବିତ୍ର ଚାରି ଧାମରୁ ଅନ୍ୟତମ । ଏହା ବ୍ୟତୀତ, ଚାରି ଧାମ ଏବଂ ପଞ୍ଚ କେଦାର ମଧ୍ୟରୁ 12 ଜ୍ୟୋତିର୍ଲିଙ୍ଗଙ୍କ ମଧ୍ୟରେ କେଦାରନାଥ ଅଛନ୍ତି |

@IANS

ABOUT THE AUTHOR

...view details