ଓଡିଶା

odisha

ETV Bharat / bharat

ଜଗନଙ୍କୁ ଭେଟିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ସୋମବାର ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କୁ ଭେଟିଛନ୍ତି । କାଲେଶ୍ବରମ ପ୍ରକଳ୍ପର ଉଦଘାଟନ ପାଇଁ ଜଗନଙ୍କୁ ନିମନ୍ତ୍ରଣ ଦେଇଛନ୍ତି କେସିଆର ।

By

Published : Jun 18, 2019, 1:57 PM IST

Updated : Jun 18, 2019, 3:45 PM IST

ଫାଇଲ ଫଟୋ

ଅମରାବତୀ: କାଲେଶ୍ବରମ ପ୍ରକଳ୍ପର ଉଦଘାଟନ ପାଇଁ ଜଗନଙ୍କୁ ନିମନ୍ତ୍ରଣ ଦେଲେ କେ. ଚନ୍ଦ୍ରଶେଖର ରାଓ । ଏନେଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ର ଶେଖର ରାଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କୁ ଭେଟିଛନ୍ତି । ଏହାପରେ ରାଓ ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ଅପରାହ୍ନରେ ପହଞ୍ଚି ସହରରେ ଥିବା କନକ ଦୁର୍ଗା ମନ୍ଦିର ପରିଦର୍ଶନରେ ଯିବେ ।

ଖବର ଅନୁଯାୟୀ, ସମସ୍ତ କାର୍ଯ୍ୟକ୍ରମ ଶେଷ ପରେ କେସିଆର ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନଙ୍କ ତାଦେପାଲି ବାସଭବନରେ ପହଞ୍ଚିବେ । ହେଲେ ପ୍ରକଳ୍ପର ଉଦଘାଟନ ନେଇ ଏହି ନିମନ୍ତ୍ରଣକୁ ଶୁକ୍ରବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ।

ପରେ ପରେ ଉଭୟ ନେତା ବାକି ରହିଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବେ ବୋଲି ସୂଚନା ମିଳିଛି । ସେଥିରେ ମୁଖ୍ୟ ବିଷୟ ବସ୍ତୁ ରହିବ 2014 ଆନ୍ଧ୍ର ପ୍ରଦେଶ ପୁନର୍ଗଠନ ଆଇନ । ସେହିପରି ସର୍ବସାଧାରଣ ସ୍ଥାନର ଉପଯୁକ୍ତ ବ୍ୟବହାର, ଆରଟିସି ଆସେଟ, ଲୋକବଳ ଓ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଥିବା ଜଳବିଭାଜନ ଉପରେ ଏହି ବୈଠକରେ ଆଲୋଚନା କରାଯିବ ।

Last Updated : Jun 18, 2019, 3:45 PM IST

ABOUT THE AUTHOR

...view details