ଓଡିଶା

odisha

ETV Bharat / bharat

ଆସାମ ବନ୍ୟା: କାଜିରଙ୍ଗା ଜାତୀୟ ପାର୍କର 85 ପ୍ରତିଶତ ଅଞ୍ଚଳ ଜଳମଗ୍ନ, 100 ଜୀବଜନ୍ତୁ ମୃତ - ଆସାମ ବନ୍ୟା

ଆସାମ ବନ୍ୟା ସ୍ଥିତି ସଙ୍ଗୀନ ରୂପ ଧାରଣ କରିଛି । ଫଳରେ କାଜିରଙ୍ଗା ଜାତୀୟ ପାର୍କର ପାଖାପାଖି 85 ପ୍ରତିଶତ ଅଞ୍ଚଳ ଜଳମଗ୍ନ ହୋଇଛି ।

_assam flood
କାଜିରଙ୍ଗା ଜାତୀୟ ପାର୍କର 85 ପ୍ରତିଶତ ଅଞ୍ଚଳ ଜଳମଗ୍ନ

By

Published : Jul 20, 2020, 1:06 PM IST

ଗୌହାଟୀ: ଆସାମ ବନ୍ୟା ସ୍ଥିତି ସଙ୍ଗୀନ ରୂପ ଧାରଣ କରିଛି । ଫଳରେ କାଜିରଙ୍ଗା ଜାତୀୟ ପାର୍କର ପାଖାପାଖି 85 ପ୍ରତିଶତ ଅଞ୍ଚଳ ଜଳମଗ୍ନ ହୋଇଛି । ସମଗ୍ର ଆସାମ ରାଜ୍ୟ ବନ୍ୟାରେ ବୁଡି ରହିଥିବା ବେଳେ ଗତ ରବିବାର ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ସହ ବନ୍ୟା ସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି ।

ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, 9 ଗେଣ୍ଡା, 80 ରୁ ଉର୍ଦ୍ଧ୍ବ ହରିଣଙ୍କ ସମେତ ମୋଟ 100 ପଶୁଙ୍କର ବନ୍ୟାରେ ମୃତ୍ୟୁ ଘଟିଛି । ଏଥିସହ ପାଖାପାଖି 130 ପଶୁଙ୍କୁ ଉଦ୍ଧାର କରାଯାଇଛି । ଏଭଳି ପରିସ୍ଥିତିରେ ସରକାର ପଶୁପକ୍ଷାଙ୍କ ସୁରକ୍ଷା ପାଇଁ ପାର୍କ ମଧ୍ୟରେ 32 କିମି କୃତିମ ହାଇଲ୍ୟାଣ୍ଡ ନିର୍ମାଣକୁ ମଞ୍ଜୁରୀ ଦେଇଛନ୍ତି । ଏପଟେ ପ୍ରଧାନମନ୍ତ୍ରୀ ମୋଦି ଆସାମ ମୁଖ୍ୟମନ୍ତ୍ରୀଙ୍କୁ ଏଭଳି କଠିନ ସମୟରେ ଆଶ୍ବସନା ଦେଇ କହିଛନ୍ତି, ଯଥାସମ୍ଭବ ରାଜ୍ୟକୁ ଆମେ ସାହାର୍ଯ୍ୟ କରିବୁ ।

ପ୍ରକାଶ ଥାଉକି, ବ୍ରହ୍ମପୁତ୍ର ନଦୀରେ ବନ୍ୟା ପରିସ୍ଥିତି ଆସାମରେ ଭୟଙ୍କର ରୂପ ନେଇଛି । ବ୍ରହ୍ମପୁତ୍ର ସମେତ ଅନ୍ୟ ନଦୀରେ ଜଳସ୍ତର ବଢୁଥିବା ଏବେ ପରିସ୍ଥିତି ଅଧିକ ବିଗିଡିବାରେ ଲାଗିଛି । ରବିବାର ଆହୁରୀ 5 ଜଣଙ୍କର ମୃତ୍ୟୁ ହୋଇଥିବା ଆସମା ସରକାରଙ୍କ ପକ୍ଷରୁ ବୁଲେଟିନ ଜାରି କରାଯାଇଛି । ରାଜ୍ୟରେ 33 ଟି ଜିଲ୍ଲାରୁ ପ୍ରାୟ 24ଟି ଜିଲ୍ଲାର 25 ଲକ୍ଷ ଲୋକେ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ଚଳିତ ବର୍ଷ ଆସାମରେ ବନ୍ୟା ଯୋଗୁଁ ଏପର୍ଯ୍ୟନ୍ତ 84 ଜଣ ପ୍ରାଣ ହରାଇଛନ୍ତି ।

ABOUT THE AUTHOR

...view details