ଓଡିଶା

odisha

ETV Bharat / bharat

ଭାରତ ସହଯୋଗରେ ରେକର୍ଡ କରିବେ କଶ୍ମୀର ଝିଅ

ଶ୍ରୀନଗର ଜେବନ ଅଞ୍ଚଳରେ ଏକ ମଧ୍ୟମ ବର୍ଗ ପରିବାରରେ ଜନ୍ମ ଗ୍ରହଣ କରିଥିବା 23 ବର୍ଷିୟା ନାହିଦା ମଞ୍ଜୁରଙ୍କ ଗୋଟିଏ ସ୍ବପ୍ନ । ମାଉଣ୍ଟ ଏଭେରେଷ୍ଟ ଚଢି ସେଠାରେ ଉଡାଇବେ ତ୍ରିରଙ୍ଗା । ନିଜ ସ୍ବପ୍ନ ପୂରଣ କରିବା ଲକ୍ଷ୍ୟରେ ଅନଲାଇନ ଫଣ୍ଡିଂ ଅଭିଯାନର ସାହାରା ନେଇଛନ୍ତି ନାହିଦା ।

By

Published : Mar 20, 2019, 8:37 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ ଟ୍ବିଟର

ଶ୍ରୀନଗର: ବିଶ୍ବର ସର୍ବୋଚ୍ଚ ପର୍ବତ ମାଉଣ୍ଟ ଏଭେରେଷ୍ଟ ଚଢିବାକୁ ଦେଖିଛନ୍ତି ସ୍ବପ୍ନ । ହେଲେ ବାଧା ସାଜିଛି ଅର୍ଥ । ସରକାର ମଧ୍ୟ କୌଣସି ସହାୟତାର ହାତ ବଢାଉ ନାହାନ୍ତି । କିନ୍ତୁ ଇଚ୍ଛା ଶକ୍ତି ଆଗରେ ହାର ମାନିଯାଇଛି ଆର୍ଥିକ ଅଭାବ । ନିଜ ସ୍ବପ୍ନ ପୂରଣ କରିବା ଲକ୍ଷ୍ୟରେ ଅନଲାଇନ ଫଣ୍ଡିଂ ଅଭିଯାନର ସାହାରା ନେଇଛନ୍ତି କାଶ୍ମୀର ଝିଅ ନାହିଦା ।

ଶ୍ରୀନଗର ଜେବନ ଅଞ୍ଚଳରେ ଏକ ମଧ୍ୟମ ବର୍ଗ ପରିବାରରେ ଜନ୍ମ ଗ୍ରହଣ କରିଥିବା 23 ବର୍ଷିୟା ନାହିଦା ମଞ୍ଜୁରଙ୍କ ଗୋଟିଏ ସ୍ବପ୍ନ । ମାଉଣ୍ଟ ଏଭେରେଷ୍ଟ ଚଢି ସେଠାରେ ଉଡାଇବେ ତ୍ରିରଙ୍ଗା ।

10 ବର୍ଷ ବୟସରୁ ହିଁ ଟ୍ରାକିଂ କରିଆସୁଛନ୍ତି ନାହିଦା । 2017 ମସିହାରେ ସେ ଆନୁଷ୍ଠାନିକ ଭାବେ ଟ୍ରାକିଂ ପ୍ରଶିକ୍ଷଣ ନେଇଥିଲେ । କାଶ୍ମୀରର ପ୍ରଥମ ମହିଳା ପର୍ବତାରୋହୀ ହେବାର ସ୍ବପ୍ନ ପୂରଣ କରିବା ଦିଗରେ ସମସ୍ତଙ୍କ ସମର୍ଥନ ଲୋଡିଛନ୍ତି ସେ ।

ନାହିଦାଙ୍କ କହିବା ଅନୁଯାୟୀ, ସେ www.ketto.org ନାମକ ୱେବସାଇଟରେ ଅନଲାଇନ ଫଣ୍ଡିଂ ସାହାଯ୍ୟରେ ଟଙ୍କା ଜମା କରୁଛନ୍ତି । ନିଜ ସ୍ବପ୍ନ ପୂରଣ କରିବା ପାଇଁ ଯେ କୌଣସି ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ ଥିବା ସେ କହିଛନ୍ତି ।

ABOUT THE AUTHOR

...view details