ଓଡିଶା

odisha

ETV Bharat / bharat

କାଶ୍ମୀର ଯୁବକଙ୍କ ସହ ସମ୍ପର୍କ ରଖିଥିଲେ ପୁଲୱାମା ଆକ୍ରମଣକାରୀ - national

ଆତଙ୍କୀ ସଙ୍ଗଠନ ପକ୍ଷରୁ କାଶ୍ମୀର ଯୁବକଙ୍କ ସହ ଲଗାତାର ଭାବେ ଯୋଗାଯୋଗ ରଖାଯାଉଛି। ଭାରତରେ ଆଗକୁ କିଛି ବଡ ଧରଣର ଆକ୍ରମଣ ପାଇଁ ଯୋଜନା ଚାଲିଥିଲା ବୋଲି ପୋଲିସ ସୂଚନା ପାଇଛି।

ଫାଇଲ ଫଟୋ

By

Published : Mar 1, 2019, 1:21 PM IST

ଲକ୍ଷ୍ନୌ: ପୁଲୱାମା ଆକ୍ରମଣର ପ୍ଲାନ କରିଥିବା ଷଡଯନ୍ତ୍ରକାରୀ କେତେ ଭୟଙ୍କର ଥିଲେ ତାହାର ଏକ ପ୍ରମାଣ ନିକଟରେ ମିଳିଛି। ଏହି ଆକ୍ରମଣ ପାଇଁ ସେମାନେ ଅନେକ ଆଗରୁ ପ୍ରସ୍ତୁତି କରିଥିଲେ। ଏହାସହ ଆକ୍ରମଣକାରୀ ଅନେକ କାଶ୍ମୀର ଯୁବକଙ୍କ ସହାୟତା ମଧ୍ୟ ନେଇଥିଲେ ।

ଗତ ରବିବାର ଉତ୍ତର ପ୍ରଦେଶର ସାହାରଣପୁରରୁ ଦୁଇ ଜଣ କାଶ୍ମୀର ଯୁବକ ୟୁପି ଆଣ୍ଟି-ଟେରୋରିଷ୍ଟ ସ୍କ୍ୱାଡ ଦ୍ୱାରା ଗିରଫ ହୋଇଥିଲେ। ଏମାନଙ୍କୁ ପଚରାଉଚୁରା କରିବା ସମୟରେ ଏହା ବିଷୟରେ ଜଣାପଡିଥିଲା। ଏହି ଯୁବକ ଦ୍ୱୟ ସ୍ୱୀକାର କରିଥିଲେ ଯେ ପୁଲୱାମା ଆଟାକର ମାଷ୍ଟରମାଇଣ୍ଡ ଅବଦୁଲ ରଶିଦ ଗାଜି ସେମାନଙ୍କ ସହ ସମ୍ପର୍କରେ ଥିଲା। ଏହାସହ ଆତଙ୍କୀ ସଙ୍ଗଠନ ଜେଇଏମର ଅନେକ ଟପ କମାଣ୍ଡର ଏମାନଙ୍କୁ ସଙ୍ଗଠନରେ ମିଶିବା ପାଇଁ ଅଫର ଦେଇଥିଲେ।

ଏପରିକି ଏମାନଙ୍କ ମୋବାଇଲରୁ କିଛି ସନ୍ଦେହଜନକ ବାର୍ତ୍ତା ମଧ୍ୟ ପୋଲିସ ହାତରେ ଲାଗିଥିଲା। ଏଥିରେ ଏମାନଙ୍କୁ ଆହୁରି ଅନେକ ବଡ ଆକ୍ରମଣ ପାଇଁ ଯୋଜନା ଚାଲିଥିବାର ମେସେଜ ଆସିଥିଲା। ଏହାସହ ଏମାନଙ୍କୁ ଆତଙ୍କୀ ସଙ୍ଗଠନର କିଛି ବଡ ନେତା ସଙ୍ଗଠନରେ ମିଶିବା ପାଇଁ ଅଫର କରିଥିଲେ ବୋଲି ଯୁବକ ଦୁଇ ଜଣ ସ୍ୱୀକାର କରିଛନ୍ତି । ପୋଲିସ ଏମାନଙ୍କୁ 4 ଘଣ୍ଟା ଧରି ଜେରା କରିଥିଲେ । ଗତ 18 ମାସ ହେଲା ଏମାନେ ଜେଇଏମ ସଙ୍ଗଠନ ସହ ସଂସ୍ପର୍ଶରେ ଅଛନ୍ତି ବୋଲି ପୋଲିସ ସୂଚନା ଦେଇଛି।

ଆତଙ୍କୀ ସଙ୍ଗଠନ ପକ୍ଷରୁ ଏମାନଙ୍କ ସହ ଲଗାତାର ଭାବେ ଯୋଗାଯୋଗ ରଖାଯାଉଥିଲା । ଭାରତରେ ଆଗକୁ କିଛି ବଡ ଧରଣର ଆକ୍ରମଣ ପାଇଁ ଯୋଜନା ଚାଲିଥିଲା ବୋଲି ପୋଲିସ ସୂଚନା ପାଇଛି। ଯୁବକ ଦ୍ୱୟ ପୋଲିସ ପାଖରେ ସ୍ୱୀକାର କରିଥିଲେ ଯେ ସେମାନଙ୍କୁ ମୋବାଇଲରେ ଆତଙ୍କୀ ସଙ୍ଗଠନର ସଦସ୍ୟ ବିଭିନ୍ନ ଅଫର ଦେଉଥିଲେ। ସେମାନେ ମଧ୍ୟ ଏଥିରେ ଯୋଗ ଦେବେ ବୋଲି ସ୍ଥିର ହୋଇସାରିଥିଲା। ତେବେ ପୋଲିସ ଦ୍ୱାରା ଗିରଫ ହେବା ପରେ ଏଥିରେ ବାଧା ସୃଷ୍ଟି ହୋଇଥିଲା।

ABOUT THE AUTHOR

...view details