ବାରମୂଲ୍ଲା: କୋରୋନା ଯୋଗୁଁ ସାରା ଦେଶରେ ଜାରି ରହିଛି ଲକଡାଉନ । ସଂକ୍ରମଣ ବ୍ୟାପିବାରୁ ରୋକିବା ପାଇଁ ସ୍କୁଲ, କଲେଜ ସବୁ ବନ୍ଦ ରହିଛି । ଫଳରେ ପିଲାଙ୍କ ପାଠପଢାରେ ବାଧା ସୃଷ୍ଟି ହୋଇଛି । ହେଲେ ଜମ୍ମୁ ଓ କାଶ୍ମୀରରେ ଲକଡାଉନ କଟକଣା ଶିକ୍ଷାଦାନରେ ବାଧା ସାଜିପାରିନି । କିଛି ଯୁବପିଢିଙ୍କ ପ୍ରଶଂସନୀୟ ପଦକ୍ଷେପ ଯୋଗୁଁ ଲକଡାଉନରେ ବି ପିଲାଙ୍କୁ ପାଠ ପଢିବାର ସୁଯୋଗ ମିଳିଛି ।
ଲକଡାଉନ ଅଟକାଇପାରିନି ପାଠପଢା, ଖୋଲା ଆକାଶ ତଳେ ଚାଲିଛି ଶିକ୍ଷାଦାନ
ବାରମୂଲ୍ଲା ଜିଲ୍ଲାର ଜଣେ ଯୁବକ ମନଜୁର ଅହମ୍ମଦ ଦାର କିଛି ଗରିବ ପିଲାଙ୍କୁ ଖୋଲା ଆକାଶ ତଳେ ପାଠ ପଢାଉଛନ୍ତି । ସ୍ବତଃପ୍ରବୃତ୍ତ ଭାବରେ ସେ ମୁସଲିମ ଗୁଜ୍ଜର ସମ୍ପ୍ରଦାୟର କିଛି ପିଲାଙ୍କୁ ମାଗଣାରେ ଶିକ୍ଷାଦାନ କରୁଛନ୍ତି । ଅଧିକ ପଢନ୍ତୁ..
ବାରମୂଲ୍ଲା ଜିଲ୍ଲାର ଜଣେ ଯୁବକ ମନଜୁର ଅହମ୍ମଦ ଦାର କିଛି ଗରିବ ପିଲାଙ୍କୁ ଖୋଲା ଆକାଶ ତଳେ ପାଠ ପଢାଉଛନ୍ତି । ସ୍ବତଃପ୍ରବୃତ୍ତ ଭାବରେ ସେ ମୁସଲିମ ଗୁଜ୍ଜର ସମ୍ପ୍ରଦାୟର କିଛି ପିଲାଙ୍କୁ ମାଗଣାରେ ଶିକ୍ଷାଦାନ କରୁଛନ୍ତି । ଏପରି ସମୟରେ ସେ ସାମାଜିକ ଦୂରତ୍ବ ବଜାୟ ରଖିବା ସହ ଅନ୍ୟ କଟକଣା ପାଳନ ଉପରେ ଗୁରୁତ୍ବ ଦେଉଛନ୍ତି । ସମସ୍ତ ପିଲାଙ୍କୁ ମୁହଁରେ ମାସ୍କ ଲଗାଇ ଆସିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ମନଜୁର କହିଛନ୍ତି ଯେ ପାଠ ପଢାରେ କୌଣସି ପ୍ରକାର ବାଧା ଆସିପାରେ ନାହିଁ । ମନରେ ଇଚ୍ଛାଶକ୍ତି ଥିଲେ ସବୁପ୍ରକାର କାର୍ଯ୍ୟ ସମ୍ଭବ ହୁଏ । ସେହିପରି ବାରମୂଲ୍ଲାର ଅନ୍ୟ ଜଣେ ଯୁବତୀ ଜବୀନା ଅଖତର୍ ଜିଲ୍ଲାର 600 ଝିଅଙ୍କୁ ଉଶୁ ଟ୍ରେନିଂ ଦେଉଛନ୍ତି ।
ସେ କାଶ୍ମୀରର ପ୍ରଥମ ମହିଳା ଭାବେ ଉଶୁ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିଲେ । ଏହି ସମୟରେ ସଂକ୍ରମଣ ନ ବ୍ୟାପିବା ପାଇଁ ସମସ୍ତ ପ୍ରକାର କଟକଣା ପାଳନ କରାଯାଉଥିବା ଜବୀନା କହିଛନ୍ତି । ସେ ମଧ୍ୟ ସରକାରଙ୍କ ବେଟି ବଚାଓ, ବେଟି ପଢାଓ ଅଭିଯାନର ବ୍ରାଣ୍ଡ ଆମ୍ବାସଡାର ଅଛନ୍ତି । ଉଭୟଙ୍କ ପଦକ୍ଷେପକୁ ଲୋକେ ଖୁବ୍ ପ୍ରଶଂସା କରିବା ସହ ସେମାନଙ୍କୁ ଅସଲ ହିରୋ ବୋଲି ଆଖ୍ୟା ଦେଇଛନ୍ତି ।